କନକବ୍ୟୁରୋ : ୩୦ତାରିଖ ରେ ଅନ୍ତଦୋୟ ଗୃହ ଯୋଜନାର ଶୁଭାରମ୍ଭ। ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ଆସନ୍ତା ୩୦ରେ କଳାହାଣ୍ଡି ଜିଲ୍ଲାରୁ ଆରମ୍ଭ ହେବ ଅନ୍ତଦୋୟ ଗୃହ ଯୋଜନା ମୁଖ୍ୟମନ୍ତ୍ରୀଙ୍କ କର କମଳରେ ହେବ ଶୁଭାରମ୍ଭ । ସେହିଦିନ ୫୦ ହଜାର ଲୋକଙ୍କୁ ଯୋଜନା ସହ ଯୋଡ଼ିବେ ସରକାର ।
ଗରିବ ଲୋକଙ୍କୁ ଅନ୍ତଦୋୟ ଗୃହ ଯୋଜନାରେ ସାମିଲ କରାଯିବ।ଭିନ୍ନ କ୍ଷମ, ବିଧବା,ଦୁରାରୋଗ ରେ ପୀଡିତ ଥିବା ବ୍ୟକ୍ତି ଏବଂ ସହିଦ ପରିବାର ବ୍ୟକ୍ତି, ପଦ୍ମଶ୍ରୀ ପରିବାର ବ୍ୟକ୍ତି, ବନ୍ୟା ବାତ୍ୟା ଓ ଅଗ୍ନିକାଣ୍ଡ ଘଟି ଘରପୋଡି ଥିବା ବ୍ୟକ୍ତି ଏହି ଯୋଜନା ରେ ସାମିଲ ହେବେ । ଏନେଇ ଅନଲାଇନ ଆବେଦନ କରିପାରିବେ ହିତାଧିକାରୀ । ୦୬୭୪୬୮୧୭୭୭୭ କିମ୍ବା ୱେବପୋର୍ଟାଲ ମାଧ୍ୟମରେ ପଞ୍ଚାୟତ କାର୍ଯ୍ୟାଳୟରେ ବିଡ଼ିଓ ଙ୍କ ମାଧ୍ୟମ ରେ ପଞ୍ଜିକୃତ କରିପାରିବେ । ପଞ୍ଚାୟତ ମାଧ୍ୟମରେ ବିଡ଼ିଓ ସହିତ ଯୋଗାଯୋଗ ପାଇଁ ମନ୍ତ୍ରୀ ଅନୁରୋଧ କରିଛନ୍ତି ।