ପାକିସ୍ତାନରେ ପୁଣି ବିସ୍ଫୋରଣରେ ଉଡ଼ିଲା ଟ୍ରେନ୍ : ଜାଫର ଏକ୍ସପ୍ରେସର ୫ କୋଚ୍ ଲାଇନଚ୍ୟୁତ

ପାକିସ୍ତାନର କ୍ୱେଟା ଅଭିମୁଖେ ଯାଉଥିବା ଜାଫର ଏକ୍ସପ୍ରେସରେ  ବିସ୍ଫୋରଣ  ।   ସୁଲତାନ କୋଟ ନିକଟରେ ଏହି ଘଟଣା ଘଟିଛି  । ଟ୍ରେନ ଯାଉଥିବା ବେଳେ ରେଳଧାରଣାରେ ଏକ ଇମ୍ପ୍ରୁଭାଇଜ୍ଡ ଏକ୍ସପ୍ଲୋସିଭ ଡିଭାଇସ୍-ଆଇଇଡି  ବିସ୍ଫୋରଣ ହୋଇଥିଲା ।

41

Photograph: (KANAKNEWS)

କନକବ୍ୟୁରୋ : ପାକିସ୍ତାନର କ୍ୱେଟା ଅଭିମୁଖେ ଯାଉଥିବା ଜାଫର ଏକ୍ସପ୍ରେସରେ  ବିସ୍ଫୋରଣ  ।   ସୁଲତାନ କୋଟ ନିକଟରେ ଏହି ଘଟଣା ଘଟିଛି  । ଟ୍ରେନ ଯାଉଥିବା ବେଳେ ରେଳଧାରଣାରେ ଏକ ଇମ୍ପ୍ରୁଭାଇଜ୍ଡ ଏକ୍ସପ୍ଲୋସିଭ ଡିଭାଇସ୍-ଆଇଇଡି  ବିସ୍ଫୋରଣ ହୋଇଥିଲା ।   ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ, ଟ୍ରେନର ପାଞ୍ଚଟି କୋଚ୍ ଲାଇନଚ୍ୟୁତ ହୋଇଛି  ।  ଯାତ୍ରୀ ଆତଙ୍କିତ ହୋଇପଡ଼ିଥିଲେ ।  ବିସ୍ଫୋରଣରେ ଅନେକ ଯାତ୍ରୀ ଆହତ ହୋଇଛନ୍ତି ।  ବିସ୍ଫୋରଣ ପରେ ଗୁଳି ଫୁଟିବାର ଶବ୍ଦ ଶୁଭିଥିଲା  ।   ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ । ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।  ଏହି ଘଟଣା ପରେ ସେହି ରୁଟରେ ରେଳ ଚଳାଚଳ ବନ୍ଦ ରଖାଯାଇଛି।  ସୁରକ୍ଷା ବାହିନୀ  ସେହି ଅଞ୍ଚଳକୁ ଘେରାବନ୍ଦୀ କରିଛନ୍ତି। ବିସ୍ଫୋରକ ଉପକରଣ କିପରି ଲଗାଯାଇଥିଲା, ତାହାର ତଦନ୍ତ ଆରମ୍ଭ ହୋଇଛି ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe