କନକବ୍ୟୁରୋ : ପାକିସ୍ତାନର କ୍ୱେଟା ଅଭିମୁଖେ ଯାଉଥିବା ଜାଫର ଏକ୍ସପ୍ରେସରେ ବିସ୍ଫୋରଣ । ସୁଲତାନ କୋଟ ନିକଟରେ ଏହି ଘଟଣା ଘଟିଛି । ଟ୍ରେନ ଯାଉଥିବା ବେଳେ ରେଳଧାରଣାରେ ଏକ ଇମ୍ପ୍ରୁଭାଇଜ୍ଡ ଏକ୍ସପ୍ଲୋସିଭ ଡିଭାଇସ୍-ଆଇଇଡି ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ, ଟ୍ରେନର ପାଞ୍ଚଟି କୋଚ୍ ଲାଇନଚ୍ୟୁତ ହୋଇଛି । ଯାତ୍ରୀ ଆତଙ୍କିତ ହୋଇପଡ଼ିଥିଲେ । ବିସ୍ଫୋରଣରେ ଅନେକ ଯାତ୍ରୀ ଆହତ ହୋଇଛନ୍ତି । ବିସ୍ଫୋରଣ ପରେ ଗୁଳି ଫୁଟିବାର ଶବ୍ଦ ଶୁଭିଥିଲା । ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ । ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଘଟଣା ପରେ ସେହି ରୁଟରେ ରେଳ ଚଳାଚଳ ବନ୍ଦ ରଖାଯାଇଛି। ସୁରକ୍ଷା ବାହିନୀ ସେହି ଅଞ୍ଚଳକୁ ଘେରାବନ୍ଦୀ କରିଛନ୍ତି। ବିସ୍ଫୋରକ ଉପକରଣ କିପରି ଲଗାଯାଇଥିଲା, ତାହାର ତଦନ୍ତ ଆରମ୍ଭ ହୋଇଛି ।
ପାକିସ୍ତାନରେ ପୁଣି ବିସ୍ଫୋରଣରେ ଉଡ଼ିଲା ଟ୍ରେନ୍ : ଜାଫର ଏକ୍ସପ୍ରେସର ୫ କୋଚ୍ ଲାଇନଚ୍ୟୁତ
ପାକିସ୍ତାନର କ୍ୱେଟା ଅଭିମୁଖେ ଯାଉଥିବା ଜାଫର ଏକ୍ସପ୍ରେସରେ ବିସ୍ଫୋରଣ । ସୁଲତାନ କୋଟ ନିକଟରେ ଏହି ଘଟଣା ଘଟିଛି । ଟ୍ରେନ ଯାଉଥିବା ବେଳେ ରେଳଧାରଣାରେ ଏକ ଇମ୍ପ୍ରୁଭାଇଜ୍ଡ ଏକ୍ସପ୍ଲୋସିଭ ଡିଭାଇସ୍-ଆଇଇଡି ବିସ୍ଫୋରଣ ହୋଇଥିଲା ।
/kanak/media/media_files/2025/10/07/41-2025-10-07-14-54-20.jpg)