କନକ ବ୍ୟୁରୋ: ଶିମିଳିପାଳକୁ ଆସିଲା ଦ୍ଵିତୀୟ ବାଘୁଣୀ। ପ୍ରଥମ ବାଘୁଣୀ ଯମୁନାକୁ ଶିମିଳିପାଳ ଅଭୟାରଣ୍ୟରେ ମୁକ୍ତ ଭାବେ ଛାଡାଯିବା ପରେ ଆଜି ମହାରାଷ୍ଟ୍ର ତାଡ଼ବା ଅନ୍ଧେରୀ ଟାଇଗର ରିଜର୍ଭରୁ ଆସି ମୟୂରଭଞ୍ଜ ପହଞ୍ଚି ସରିଛି ଆଉ ଏକ ବାଘୁଣୀ । ଆଉ କିଛି ସମୟ ମଧ୍ୟରେ ସେ ଶିମିଳିପାଳକୁ ପ୍ରବେଶ କରିବ । ୨୦୨୩ ବାଘ ଗଣନା ଅନୁସାରେ, ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରେ ମହାବଳ ବାଘ ସଂଖ୍ୟା ବଢିଛି । ୩୯ଟି ବାଘ ଥିବା ବେଳେ ୫୦ପ୍ରତିଶତ କଳା ବାଘ ରହିଛନ୍ତି । ତେଣୁ ଭବିଷ୍ୟତରେ ବାଘ ସଂଖ୍ୟା ବୃଦ୍ଧି ପାଇଁ ବାହାର ରାଜ୍ୟରୁ ଦୁଇଟି ବାଘୁଣୀ ଆଣିବା ନେଇ ଯୋଜନା ହୋଇଥିଲା । ତିନିମାସ ତଳେ ରାଜ୍ୟ ମୁଖ୍ୟ ବନ ସଂରକ୍ଷକ ଏନଟିସିଏକୁ ଆବେଦନ କରିଥିଲେ । ଏନ.ଟି.ସି.ଏ ପକ୍ଷରୁ ଅନୁମତି ମିଳିବା ପରେ କେନ୍ଦ୍ର ସରକାର ସବୁଜ ସଙ୍କେତ ଦେଇଥିଲେ । ଏହାପରେ ବନବିଭାଗର ଏକ ସ୍ୱତନ୍ତ୍ର ଟିମ୍ ମୟୂରଭଞ୍ଜରୁ ମହାରାଷ୍ଟ୍ର ଯାଇଥିଲେ । ପୂର୍ବରୁ ଶିମିଳିପାଳ ଜଙ୍ଗଲରେ ଯମୁନାକୁ ଛଡାଯାଇଥିଲା । ମହାରାଷ୍ଟ୍ରରୁ ଆସିଥିବା ଅଢେଇ ବର୍ଷର ବାଘୁଣୀ ଯମୁନାକୁ ଶିମିଳିପାଳର ବ୍ୟାଘ୍ର ସଂରକ୍ଷଣରେ ଛଡ଼ା ଯାଇଛି । ଏସଟିଆରର ଆସିସିଏଫ, ଡେପୁଟି ଡାଇରେକ୍ଟର ଏବଂ ପିସିସିଏଫଙ୍କ ଉପସ୍ଥିତିରେ ମହାରାଷ୍ଟ୍ର ତଡ଼ବା ଅନ୍ଧାରୀ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରୁ ଆସିଥିବା ବାଘୁଣୀକୁ ଏନକ୍ଲୋଜରରେ ମୁକ୍ତ ଭାବେ ଛଡ଼ା ଯାଇଛି ।
ଶିମିଳିପାଳକୁ ଆସିଲା ଦ୍ବିତୀୟ ବାଘୁଣୀ । ପୂର୍ବରୁ ଶିମିଳିପାଳ ଜଙ୍ଗଲରେ ଛଡାଯାଇଥିଲା ଯମୁନା ।
ମହାରାଷ୍ଟ୍ର ତାଡ଼ବା ଅନ୍ଧାରୀ ଟାଇଗର ରିଜର୍ଭ ରୁ ଆସି ପହଞ୍ଚିଲା ମୟୂରଭଞ୍ଜ । ଭବିଷ୍ୟତରେ ବାଘସଂଖ୍ୟା ବୃଦ୍ଧି ପାଇଁ ବାହାର ରାଜ୍ୟରୁ ଦୁଇଟି ବାଘୁଣୀ ଆଣିବା ନେଇ ଯୋଜନା ହୋଇଥିଲା ।