ସଲମାନ ଖାନଙ୍କୁ ଧମକ ପରେ ଧମକ ; ଏଥର ଗୀତକୁ ନେଇ ଧମକ ମିଳିଥିବା ସୂଚନା

ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ନା ନେଇ ମୁମ୍ବାଇ ଟ୍ରାଫିକ ପୁଲିସକୁ ପୁଣି ମିଳିଲା ଧମକପୂର୍ଣ୍ଣ ମେସେଜ । ସଲମାନ ଖାନଙ୍କ ସହ ଜଣେ ଗୀତିକାରକଙ୍କୁ ଧମକ ମିଳିବା ପରେ ତନାଘନା ଆରମ୍ଭ ।୨୨ଦିନରେ ମିଳିଲାଣି ୫ଥର ହତ୍ୟା ଧମକ ।

50soong

କନକ ବ୍ୟୁରୋ: ଭାଇଜାନଙ୍କୁ ପୁଣି ମିଳିଛି ହତ୍ୟା ଧମକ । ମୁମ୍ବାଇ ଟ୍ରାଫିକ୍ କଣ୍ଟ୍ରୋଲ ରୁମକୁ ଆସିଛି ସଲମାନଙ୍କ ଉଦ୍ଦେଶ୍ୟରେ ଧମକପୂର୍ଣ୍ଣ ମେସେଜ୍ । ତେବେ ଫୋନ ଦେଇଥିବା ବ୍ୟକ୍ତି କର୍ଣ୍ଣାଟକରେ ଥିବା ପୁଲିସକୁ ସୂଚନା ମିଳିଛି । ଅଧିକ ତଦନ୍ତ ପାଇଁ କର୍ଣ୍ଣାଟକକୁ ଯାଉଛି ମୁମ୍ବାଇ ପୁଲିସ । 

ଗତକାଲି ବିଳମ୍ବିତ ରାତିରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ତରଫରୁ ଏହି ଧମକପୂର୍ଣ୍ଣ ମେସେଜ ମିଳିଥିବା ଜଣାଯାଇଛି । ଏଥିରେ କୁହାଯାଇଛି ସଲମାନ ଖାନ୍ ଏବଂ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇକୁ ନେଇ ଏକ ଗୀତ ଲେଖାଯାଇଛି । ଗୀତ ଲେଖିଥିବା ବ୍ୟକ୍ତିଙ୍କୁ ଛଡ଼ାଯିବନି ।  ତାଙ୍କୁ ସେ ଭିତରେ ମାରିଦେବା ଲାଗି ଖୋଲା ଚେତାବନୀ ଦିଆଯାଇଛି । ତାଙ୍କର ଏପରି ଅବସ୍ଥା କରାଯିବ, ଯେ ସେ ନିଜ ନାମରେ ଗୀତ ଲେଖିବାକୁ ସାହସ କରିପାରିବେନି । ଯଦି ସଲମାନଙ୍କ ସାହସ ଅଛି ତାଙ୍କୁ ବଞ୍ଚାଇ ଦେଖାନ୍ତୁ ବୋଲି ବି ଚେତାବନୀ ଦିଆଯାଇଛି ।  ଯେଉଁ ନମ୍ବରରୁ ଏହି ଧମକ ଆସିଛି ପୁଲିସ୍‌ ତାହାକୁ ଟ୍ରାକ୍‌ କରିବାକୁ ପ୍ରୟାସ ଜାରି ରଖିଛି । ତେବେ କେଉଁ ଗୀତକୁ ଟାର୍ଗେଟ କରି ଏପରି ଧମକ ଦିଆଯାଇଛି ଓ କିଏ ଏହାକୁ ଲେଖିଛି ସେ ନେଇ କିଛି ସ୍ପଷ୍ଟ ସୂଚନା ଦିଆଯାଇନି । 

ଏପରି ଧମକପୂର୍ଣ୍ଣ ମେସେଜକୁ ନେଇ ପୂରା ବି-ଟାଉନ୍‌ରେ ଚହଳ ସୃଷ୍ଟି ହୋଇଥିବା ବେଳେ ବଲିଉଡର ଦବଙ୍ଗ ଖାନ ହାଇଦ୍ରାବାଦରେ ନିଜ ଅପକମିଙ୍ଗ ଫିଲ୍ମ ‘ସିକନ୍ଦର’ ର ଶୁଟିଂରେ ବ୍ୟସ୍ତ ଅଛନ୍ତି । ଏହି ମେସେଜ ପରେ ୱର୍ଲି ଥାନା ପୁଲିସ ମାମଲା ରୁଜୁ କରିବା ସହ ଘଟଣାର ଛାନଭିନ୍ ଚଳାଇଛି। ଗତ ମାସରେ ସଲମାନଙ୍କୁ ହତ୍ୟା ନେଇ ଏକାଧିକ ଥର ଧମକ ଆସିଥିଲା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe