ମହାକାଶ କ୍ଷେତ୍ରରେ ଦେଶକୁ ଆଉ ଏକ ସଫଳତା । ପୁନଃ  ବ୍ୟବହାରକ୍ଷମ ରକେଟ ରୁମିର ସଫଳ ଉତକ୍ଷେପଣ

Advertisment

ପୁଣି ଥରେ ବ୍ୟବହାର କରାଯାଇପାରୁଥିବା ହାଇବ୍ରିଡ୍ ରକେଟ ରୁମି-୧ର ସଫଳ ଉତକ୍ଷେପଣ। ଦେଶର ଏହା ପ୍ରଥମ ପୁନଃ ବ୍ୟବହାରକ୍ଷମ ରକେଟ।

ପୁଣି ଥରେ ବ୍ୟବହାର କରାଯାଇପାରୁଥିବା ହାଇବ୍ରିଡ୍ ରକେଟ ରୁମି-୧ର ସଫଳ ଉତକ୍ଷେପଣ। ଦେଶର ଏହା ପ୍ରଥମ ପୁନଃ ବ୍ୟବହାରକ୍ଷମ ରକେଟ।

rumi

କନକ ବ୍ୟୁରୋ : ପୁଣି ଥରେ ବ୍ୟବହାର କରାଯାଇପାରୁଥିବା ହାଇବ୍ରିଡ୍ ରକେଟ ରୁମି-୧ର ସଫଳ ଉତକ୍ଷେପଣ। ଦେଶର ଏହା ପ୍ରଥମ ପୁନଃ ବ୍ୟବହାରକ୍ଷମ ରକେଟ। ତାମିଲନାଡୁସ୍ଥିତ ଷ୍ଟାର୍ଟ-ଅପ୍ କମ୍ପାନୀ ସ୍ପେଶ ଜୋନ ଏହାର ନିର୍ମାଣ କରିଛି। ଏକ ମୋବାଇଲ ଲଂଚ ସାହାଯ୍ୟରେ ଏହାର ଉତକ୍ଷେପଣ କରାଯାଇଥିଲା। ୩ଟି କ୍ୟୁବ୍ ସାଟେଲାଇଟ୍ ଓ ୫୦ ପିକୋ ସାଟେଲାଇଟକୁ ନେଇ ରୁମି-୧ ଯାତ୍ରା କରିଥିଲା। ବିଶ୍ୱ ଉତ୍ତାପନ ଓ ଜଳବାୟୁ ପରିବର୍ତ୍ତନ ସମ୍ପର୍କରେ ଏହା ତଥ୍ୟ ସଂଗ୍ରହ କରିବ। ମହାକାଶ ବ୍ୟବସାୟ କ୍ଷେତ୍ରରେ କମ୍ ଖର୍ଚ୍ଚରେ ସେବା ଯୋଗାଇବାକୁ ସ୍ପେଶ୍ ଜୋନ କାର୍ୟ୍ୟ କରୁଛି। ମହାକାଶ କ୍ଷ୍ରେରେ ଭାରତ ଧୀରେ ଧୀରେ ଆଗକୁ ବଢ଼ୁଛି। ଇସ୍ରୋ ଏବେ ସାରାବିଶ୍ୱରେ ନିଜ ପାଇଁ ପରିଚୟ ସୃଷ୍ଟି କରିସାରିଛି। ଏହି କ୍ଷେତ୍ରରେ ପରୀକ୍ଷା ଓ ନିବେଶ ପାଇଁ ଘରୋଇ କମ୍ପାନୀଙ୍କୁ ମଧ୍ୟ ପ୍ରୋତ୍ସାହିତ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe