କୋଟାରେ ପୁଣି ଛାତ୍ର ଆତ୍ମହତ୍ୟା ; ଜେଇଇ ପାଇଁ କରୁଥିଲେ ପ୍ରସ୍ତୁତି

କୋଟାରେ ପୁଣି ଜଣେ ଛାତ୍ରଙ୍କ ଆତ୍ମହତ୍ୟା।  ରୁମରୁ ମୃତଦେହ ଉଦ୍ଧାର କଲା ପୋଲିସ। ଜେଇଇ ପାଇଁ ପ୍ରସ୍ତୁତ ହେଉଥିଲେ ମଧ୍ୟପ୍ରଦେଶର ଅଭିଷେକ ଲୋଧା।  ଜୀବନ ହାରିଲେ ଛାତ୍ର

10ss

କନକ ବ୍ୟୁରୋ: ରାଜସ୍ଥାନର କୋଚିଂ ହବ୍‌ କୋଟାରେ ପୁଣି ଜଣେ ଛାତ୍ର ଆତ୍ମହତ୍ୟା କରିଛନ୍ତି ।  ଏହା ଚଳିତ ବର୍ଷର ଦ୍ବିତୀୟ ମାମଲା । ଆତ୍ମହତ୍ୟା କରିଥିବା ଛାତ୍ରଙ୍କ ନାଁ ଅଭିଷେକ ଲୋଧା ।  ଘର ମଧ୍ୟପ୍ର‌ଦେଶର ଗୁନାରେ ।  ଜେଇଇ ପାଇଁ ପ୍ରସ୍ତୁତ ହେବାକୁ ସେ ୨୦୨୪  ମେ’ରେ କୋଟା  ଯାଇଥିଲେ । 

ତାଙ୍କ ରୁମରୁ  ପୁଲିସ ମୃତଦେହ ଉଦ୍ଧାର କରିଛି । ଜେଇଇ ପାଇଁ ପ୍ରସ୍ତୁତ ହେଉଥିବା  ଆଉ ଜଣେ ଛାତ୍ର ଦିନକ ପୂର୍ବରୁ ତାଙ୍କ ହଷ୍ଟେଲ ରୁମ୍‌ରେ ଆତ୍ମହତ୍ୟା କରିଥିଲେ । ଛାତ୍ର ଜଣକ ୨ ବର୍ଷ ପୂର୍ବେ ହରିୟାଣାରୁ କୋଟାକୁ ଆସିଥିଲେ ଏବଂ କୋଟାର ରାଜୀବ ଗାନ୍ଧୀ ନଗର ଅଞ୍ଚଳରେ ଏକ ‌ହଷ୍ଟେଲ୍‌ରେ ରହୁଥିଲେ । ଗତବର୍ଷ  କୋଟାରେ ୨୩ ଜଣ ଛାତ୍ର ଆତ୍ମହତ୍ୟା କରିଥିଲେ ଏବଂ ସେମାନଙ୍କ ମଧ୍ୟରୁ କେବଳ ୨୦ ଜଣ କୋଟା ସହରରେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe