କନକ ବ୍ୟୁରୋ: ରାଜ୍ୟରେ ବଢୁଛି ଦୁସ୍କର୍ମ ମାମଲା । ଜଗତସିଂହପୁର ଛାତ୍ରୀଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗ । ବାନ୍ଧବୀଙ୍କ ସହ ଆସୁଥିବା ବେଳ ଦୁଇ ଯୁବକ ଦୁଷ୍କର୍ମ କରିଥିବା ଥାନାରେ ଅଭିଯୋଗ କଲେ ପିଡ଼ୀତାଙ୍କ ବାପା । ଗୁରୁତର ଅବସ୍ଥାରେ ୧୮ ବର୍ଷିୟ ଛାତ୍ରୀ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି । ସୂଚନା ମୁତବାକ, ସଦର ଥାନା ମଜୁରାଇ ଚାନ୍ଦଗଡ଼ ଅଂଚଳର ଯୁବତୀ ଏକ ଜନ୍ମ ଦିନ ଉତ୍ସବ ମନାଇବାକୁ ଯାଉଥିଲେ । ଶୀଘ୍ର ପହଞ୍ଚିବା ପାଇଁ ବିଲ ରାସ୍ତା ଦେଇ ବାନ୍ଧବୀଙ୍କ ସହ ଯାଉଥିବା ସମୟରେ ଦୁଇ ଜଣ ଯୁବକ ପୀଡିତାଙ୍କ ପାଟିକୁ ବନ୍ଦ କରି ଵିଲକୁ ନେଇଯାଇ ଦୁଷ୍କର୍ମ କରିଥିଲେ ।
ତେବେ ଯୁବତୀ ଜଣକ ଚିତ୍କାର କରି ନିଜ ଘରକୁ ଦୌଡ଼ି ପଳେଇ ଆସିବା ପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପୀଡିତାଙ୍କୁ ମେଡିକାଲ ଅଣା ଯାଇଛି । ତେବେ ଦୁଷ୍କର୍ମକାରୀ ଦୁଇଜଣ ଫେରାର ହୋଇ ଯାଇଥିବା ବେଳେ ପୁଲିସ ଖୋଜାଖୋଜି ଜାରି ରଖିଛି । ଅଭିଯୁକ୍ତଙ୍କ ଏକ ମୋବାଇଲ ପୁଲିସ ହାତରେ ଲାଗିଛି । ଏ ସଂକ୍ରାନ୍ତରେ ପୀଡିତାଙ୍କ ବାପା ଜଗତସିଂହପୁର ଥାନାରେ ଅଭିଯୋଗ କରିଛନ୍ତି । ଜଗତସିଂହପୁର ଏସପି ଭବାନୀ ଶଙ୍କର ଓ ବିଧାୟକ ଅମରେନ୍ଦ୍ର ଦାସ ମେଡିକାଲରେ ପୀଡିତାଙ୍କୁ ଭେଟିଛନ୍ତି ।