କନକ ବ୍ୟୁରୋ : ଆତ୍ମନିର୍ଭର ଭାରତରେ ଆଉ ପାଦେ ବଢ଼ିଲା ଦେଶ । ଗୁଜରାଟରେ ଉଦ୍ଘାଟିତ ହେଲା ବିଶାଳ ଇଭି ଯାନ ପ୍ଲାଣ୍ଟ ଇ-ଭିଟାରା । ସବୁଠୁ ବଡ଼ କଥା ହେଉଛି ଏଥରକ ଭାରତରେ ନିର୍ମିତ ବ୍ୟାଟେରି ଓ ଇଲେକଟ୍ରିକ କାର ବିଭିନ୍ନ ଦେଶକୁ ରପ୍ତାନି କରାଯିବ । ଏହା ଭାରତ ପାଇଁ ବଡ଼ ଉପଲବ୍ଧି ହେବାକୁ ଯାଉଛି । ଦେଶର ସର୍ବବୃହତ କାର ନିର୍ମାତା ମାରୁତି ସୁଜୁକିର ନିଜ ପ୍ରଥମ ଇଲେକଟ୍ରିକ୍ ଏସୟୁଭି ମାରୁତି ଇ-ଭିଟାରାକୁ ସେପ୍ଟେମ୍ବର ୩ ତାରିଖରେ ଲଞ୍ଚ୍ କରିବାକୁ ଯାଉଛି ।
ଲଞ୍ଚ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଗୁଜରାଟର ହଂସଲପୁରରେ ଥିବା ମାରୁତି ପ୍ଲାଣ୍ଟକୁ ଉଦ୍ଘାଟନ କରିଛନ୍ତି । ଭାରତରେ ନିର୍ମିତ ଏହି କାର କେବଳ ଘରୋଇ ବଜାରରେ ନୁହେଁ ବରଂ ଜାପାନ ଏବଂ ୟୁରୋପ ସମେତ ଶହେରୁ ଅଧିକ ଦେଶକୁ ରପ୍ତାନି କରାଯିବ । କମ୍ପାନି ନିଜର ଏହି ଇଲେକଟ୍ରିକ୍ କାରକୁ ଚଳିତ ବର୍ଷ ଜାନୁଆରିରେ ନୂଆଦିଲ୍ଲୀରେ ଆୟୋଜିତ ଭାରତ ମୋବିଲିଟି ଗ୍ଲୋବାଲ ଏକ୍ସପୋ-୨୦୨୫ରେ ପ୍ରଦର୍ଶିତ କରିଥିଲା । ଆଗକୁ ଦେଶରେ ଇଲେକଟ୍ରିକ୍ ଯାନବାହନ ଉତ୍ପାଦନର କ୍ଷେତ୍ରରେ ବଡ଼ ସଫଳତା ଆଣିବ ବୋଲି ଆଶା କରାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/08/26/20-2025-08-26-14-30-34.jpg)