କନକ ବ୍ୟୁରୋ : ଜଣେ ଶ୍ରଦ୍ଧାଳୁ ଲଡୁ ଭିଡିଓ ଦେଖାଇ ଏବେ ଆଣିଛନ୍ତି ସଂଗୀନ ଅଭିଯୋଗ । ପ୍ରସାଦରେ ଲଡୁରେ ତମ୍ବାଖୁ ମିଶିଥିବା ଅଭିଯୋଗ କରିଛନ୍ତି । କେବଳ ସେତିକି ନୁହେଁ ସିଗାରେଟ ଗୁଣ୍ଡ ମଧ୍ୟ ମିଶିଥିବା ଦାବି କରି କ୍ୟାମେରା ସାମ୍ନାରେ ପୂରା ଘଟଣାକୁ ବଖାଣିଛନ୍ତି । ତେଲେଙ୍ଗାନା ଖମାମ ଜିଲ୍ଲାର ଜଣେ ଭକ୍ତ ଏଭଳି କିଛି ଗୁରୁତର ଅଭିଯୋଗ ଆଣିଛନ୍ତି। ଡି. ପଦ୍ମାବତୀ ନାମକ ଜଣେ ମହିଳା ସେପ୍ଟେମ୍ବର ୧୯ ତାରିଖରେ ତରୁପତି ତିରୁମାଲା ମନ୍ଦିର ପରିଦର୍ଶନରେ ଯାଇଥିଲେ। ଏଠାରେ ପ୍ରସାଦ ରୂପେ ଦିଆଯାଉଥିବା ପବିତ୍ର ଲଡୁକୁ ସେ ନିଜ ପରିବାର ଓ ପଡୋଶୀ ସହ ବାଣ୍ଟିବା ପାଇଁ ଆଣିଥିଲେ। ତେବେ ଘରକୁଆଣି ବାଣ୍ଟିବା ପାଇଁ ଲଡୁ ଖୋଲିବା ପରେ ଏଥିରେ କାଗଜରେ ଗୁଡା ହୋଇଥିବା ତମାଖୁ ଖଣ୍ଡ ଥିବା ଦେଖିବାକୁ ପାଇଥିଲେ। ଏହାକୁନେଇ ସେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । 

Advertisment

ଭିଡିଓ ମଧ୍ୟ ଭାଇରାଲ ହେବା ପରେ ତିରୁମଲା ତିରୁପତି ଟ୍ରଷ୍ଟ ଲଡ଼ୁରେ ଅପମିଶ୍ରଣ ବିବାଦରେ ଖାଉଟି ବ୍ୟାପାର ମନ୍ତ୍ରଣାଳୟ ମୁହଁଖୋଲିଛି। ନମୁନାକୁ ଫୁଡ଼୍‌ ସେଫ୍‌ଟି ଆଣ୍ଡ୍‌ ଷ୍ଟାଣ୍ଡାର୍ଡସ୍‌ ଅଥରିଟି ଅଫ୍‌ ଇଣ୍ଡିଆକୁ ପଠାଯାଇଛି। ରିପୋର୍ଟ ଆସିବା ପରେ ମନ୍ତ୍ରଣାଳୟ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ବିଭାଗୀୟ 

ଆନ୍ଧ୍ରପ୍ରଦେଶର ତିରୁପତି ବାଲାଜୀ ମନ୍ଦିରରେ ଭକ୍ତଙ୍କ ପାଇଁ ପ୍ରସ୍ତୁତ ‘ପ୍ରସାଦ’ରେ ପଶୁ ଚର୍ବି ମିଶ୍ରଣ ହେବାର ଖବର ଆସିବା ପରେ ମଥୁରାରେ ଖାଦ୍ୟ ଏବଂ ଔଷଧ ପ୍ରଶାସନ ବିଭାଗ ସକ୍ରିୟ ହୋଇପଡିଛି । ସେପଟେ ମଥୁରାର ଖାଦ୍ୟ ନିରାପତ୍ତା ଏବଂ ଡ୍ରଗ୍ ଆଡମିନିଷ୍ଟ୍ରେସନ୍ ବିଭାଗ ମଥୁରା, ଶ୍ରୀମନ୍ଦିର ଏବଂ ଅନ୍ୟାନ୍ୟ ସ୍ଥାନରେ ଧାର୍ମିକ ସ୍ଥାନ ନିକଟରେ ମିଠା ବିକ୍ରି ହେଉଥିବା ଦୋକାନରୁ ନମୁନା ସଂଗ୍ରହ କରୁଛି ୧ ସୂଚନା ଅନୁସାରେ ୧୫ ଦୋକାନରୁ ୪୩ଟି  ନମୁନା ନିଆଯାଇଛି ।