କନକବ୍ୟୁରୋ : ଭରତପୁର ଥାନା ଘଟଣାକୁ ନେଇ ପୂରା ଦେଶ ହୁଲସ୍ତୁଲ ହେଉଥିବା ବେଳେ ସାମ୍ନାକୁ ଆସିଛି ଆଉ ଏକ ଭାଇରାଲ ଭିଡ଼ିଓ । ଘଟଣା ଦିନ ବାସ୍ତବରେ କଣ ହୋଇଥିଲା, ମେଜର ଓ ତାଙ୍କ ବାନ୍ଧବୀଙ୍କୁ କିଏ କରିଥିଲେ ହଇରାଣ ? ଏଭଳି ଅସମାହିତ ପ୍ରଶ୍ନ ମନରେ ଉଙ୍କି ମାରୁଥିବା ବେଳେ ଭାଇରାଲ ଭିଡ଼ିଓ ସାମ୍ନାକୁ ଆସିଛି । କୁହାଯାଉଛି, ଇଏ ସେହି ସମୟର ଭିଡ଼ିଓ, ଯାହା ପୂରା ଘଟଣାରେ ବିବାଦକୁ ଜନ୍ମ ଦେଇଥିଲା । 

Advertisment

ଯାହା ପରେ ଥାନାରେ ପହଞ୍ଚିଥିଲେ ମେଜର ଓ ତାଙ୍କ ବାନ୍ଧବୀ । ଏହି ଭିଡ଼ିଓରେ ମେଜରଙ୍କ ବାନ୍ଧବୀ ଓ କିଛି ଯୁବକଙ୍କ ମଧ୍ୟରେ ତୁ ତୁ ମେଁ ମେଁ ଦେଖିବାକୁ ମିଳିଛି । କେଉଁ କାରଣରୁ ଉଭୟଙ୍କ ମଧ୍ୟରେ ଝଗଡା ଲାଗିଥିଲା ତାହା ଏ ଭିଡ଼ିଓରୁ ସ୍ପଷ୍ଟ ହୋଇପାରୁନି ।  ଥାନାରେ ଅଭିଯୋଗ କରିବା ପୂର୍ବରୁ ରାସ୍ତା ଉପରେ କିଛି ଏଭଳି ଢଙ୍ଗରେ ଉଭୟଙ୍କ ମଧ୍ୟରେ ହୋଇଥିଲା ପାଟିତୁଣ୍ଡ ।

ମେଜର ଗୁରୁବଂଶ ସିଂଙ୍କୁ କିଛି ଯୁବକ ଘେରି ରହିଥିବା ବେଳେ ବାନ୍ଧବୀଙ୍କ ସହ ଏକାଧିକ ଯୁବକଙ୍କ ବାକଯୁଦ୍ଧ ଦେଖିବାକୁ ମିଳିଛି। ଏପରିକି କିଛି ଯୁବକ ମେଜରଙ୍କୁ ଧକ୍କା ମଧ୍ୟ ମାରିଥିବାର ଦେଖିବାକୁ ମିଳିଛି ।