ପୁଲିସ୍ ଏସ୍‌ଆଇ ପରୀକ୍ଷାରେ କେଳେଙ୍କାରୀ ମାମଲା,  ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନ୍ ଛକରେ ଯୁବ ବିଜେଡିର ପ୍ରତିବାଦ

Advertisment

ସପଟେ ଘଟଣାରେ ବାଲେଶ୍ବରରୁ ଆଉ ଜଣଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ । ମୋଟ ଗିରଫଦାରୀ ୧୨୦ ପହଞ୍ଚିଲା

ସପଟେ ଘଟଣାରେ ବାଲେଶ୍ବରରୁ ଆଉ ଜଣଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ । ମୋଟ ଗିରଫଦାରୀ ୧୨୦ ପହଞ୍ଚିଲା

ଏସ୍‌ଆଇ ଦୁର୍ନୀତି, ଯୁବ ବିଜେଡିର ପ୍ରତିବାଦ

ଏସ୍‌ଆଇ ଦୁର୍ନୀତି, ଯୁବ ବିଜେଡିର ପ୍ରତିବାଦ Photograph: (KanakNews)

କନକ ବ୍ୟୁରୋ: ପୁଲିସ ଏସଆଇ ପରୀକ୍ଷା ପରିଚାଳନାରେ ଅନିୟମିତତାକୁ ନେଇ ଉଠୁଛି  ପଡୁଛି ରାଜ୍ୟ । ଏହାକୁ ନେଇ ରାଜନୀତି ମଧ୍ୟ ଜୋର ଧରିଛି । ପରୀକ୍ଷାରେ ଦୁର୍ନୀତିକୁ ନେଇ ଯୁବ ଓ ଛାତ୍ର ବିଜେଡିର ହଲ୍ଲାବୋଲ । ଭୁବନେଶ୍ବର ମାଷ୍ଟର କ୍ୟାଣ୍ଟିନରେ ପ୍ରତିବାଦ କରିଛନ୍ତି ଯୁବ ଓ ଛାତ୍ର ବିଜେଡି ନେତା । ଘଟଣାରେ ସଂପୃକ୍ତ ଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି । ସେପଟେ ପ୍ରତିବାଦ କରୁଥିବା ବିଜେଡି ଛାତ୍ର ନେତା ଓ କର୍ମୀଙ୍କୁ ଉଠାଇ ନେଇଛି ପୁଲିସ । 


ସେପଟେ ଏସ୍‌ଆଇ ପରୀକ୍ଷା ଜାଲିଆତି ଘଟଣାରେ ପୁଣି ଜଣଙ୍କୁ ଗିରଫ କରାଯାଇଛି । ବାଲେଶ୍ବରରୁ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଗିରଫ ଯୁବକ ଜଣକ ରଣସାହି ପଞ୍ଚାୟତର ଚନ୍ଦନ ମଲ୍ଲିକ । ଚନ୍ଦନ ଜଣେ ସମାଜସେବୀ ଭାବରେ ନିଜକୁ ପରିଚୟ ଦେଇ ବିଭିନ୍ନ କାର୍ଯ୍ୟରେ ନିଜକୁ ନିୟୋଜିତ ରଖୁଥିଲେ । ଗତକାଲି ବିଳମ୍ବିତ ରାତ୍ରୀରେ ଚନ୍ଦନଙ୍କୁ ଗିରଫ କରାଯାଇଛି । ଏହାସହ ଗିରଫଦରୀ ସଂଖ୍ୟା ୧୨୦କୁ ବଢ଼ିଛି । ବ୍ରହ୍ମପୁର ଜେଏମଏଫସି ଗ୍ରାମାଞ୍ଚଳ କୋର୍ଟରେ ଅଭିଯୁକ୍ତକୁ ଆଜି ହାଜର କରିବ କ୍ରାଇମବ୍ରାଞ୍ଚ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe