କନକ ବ୍ୟୁରୋ : ରାଜସ୍ଥାନରୁ ଆଉ ଜଣେ ପାକିସ୍ତାନୀ ଗୁପ୍ତଚରଙ୍କୁ ଗିରଫ କରାଯାଇଛି । ଗିରଫ ହୋଇଥିବା ବ୍ୟକ୍ତି ହେଉଛନ୍ତି ଶାକୁର ଖାଁ ଏବଂ ସେ ଜଣେ ସରକାରୀ କର୍ମଚାରୀ ଏବଂ ଜଣେ ବରିଷ୍ଠ କଂଗ୍ରେସ ନେତାଙ୍କ ପୂର୍ବତନ ବ୍ୟକ୍ତିଗତ ସହାୟକ । ଶାକୁରଙ୍କୁ ପାକିସ୍ତାନର ଇଣ୍ଟର-ସର୍ଭିସେସ୍ ଇଣ୍ଟେଲିଜେନ୍ସ (ISI) ପାଇଁ ଗୁପ୍ତଚର କାର୍ଯ୍ୟ କରୁଥିବା ଅଭିଯୋଗରେ ଗିରଫ କରାଯାଇଛି । ଶାକୁର ୭ ଥର ପାକିସ୍ତାନ ଯାଇଥିବା ବି ସୂଚନା ରହିଛି ।
ଶାକୁରଙ୍କୁ ଅଧିକ ପଚରାଉଚରା ପାଇଁ ଜୟପୁର ନିଆଯାଉଛି । ରାଜସ୍ଥାନ ଇଣ୍ଟେଲିଜେନ୍ସର ସ୍ୱତନ୍ତ୍ର ଟିମ୍ ଜୟସଲମେରର ଏକ ସରକାରୀ ବିଭାଗ କାର୍ଯ୍ୟାଳୟରୁ ଶାକୁର ଖାଁ ମାଙ୍ଗଲିଆ ନାମକ ବ୍ୟକ୍ତିଙ୍କୁ ଗିରଫ କରିଛି । ଶାକୁର ଜୈସଲମେର ଜିଲ୍ଲାର ବାସିନ୍ଦା ଏବଂ ବର୍ତ୍ତମାନ ରାଜସ୍ଥାନର ନିଯୁକ୍ତି କାର୍ଯ୍ୟାଳୟରେ କାର୍ଯ୍ୟରତ । ଅଧିକାରୀମାନେ ଶାକୁରଙ୍କୁ ସନ୍ଦେହଜନକ କାର୍ଯ୍ୟକଳାପରେ ଜଡିତ ଥିବା ସନ୍ଦେହ କରୁଛନ୍ତି ।