କନକ ବ୍ୟୁରୋ: ରାଜସ୍ଥାନରୁ ପୁଣି ଜଣେ ଗୁପ୍ତଚର ଗିରଫ । ଡିଆରଡିଓ ଗେଷ୍ଟହାଉସର ମ୍ୟାନେଜରକୁ ପାକିସ୍ତାନ ପାଇଁ ଗୁଇନ୍ଦାଗିରି ଅଭିଯୋଗରେ ଗିରଫ କରାଯାଇଛି । ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇ ପାଇଁ ଗୁପ୍ତଚର ଏବଂ ସୀମା ପାର ହୋଇ ଦେଶର ଗୁପ୍ତ । ଏଥିସହିତ ରଣନୈତିକ ସୂଚନା ପାକିସ୍ତାନକୁ ପଠାଇବା ଅଭିଯୋଗରେ ରାଜସ୍ଥାନ ସିଆଇଡି ଇଣ୍ଟେଲିଜେନ୍ସ ମହେନ୍ଦ୍ର ପ୍ରସାଦଙ୍କୁ ଗିରଫ କରିଛି । 

Advertisment

 ସିଆଇଡି ଇନ୍ସପେକ୍ଟର ଡକ୍ଟର ବିଷ୍ଣୁକାନ୍ତ କହିଛନ୍ତି ଯେ ଆଗାମୀ ସ୍ୱାଧୀନତା ଦିବସ ପାଳନକୁ ଆଖି ଆଗରେ ରଖି, ରାଜସ୍ଥାନ ସିଆଇଡି ଇଣ୍ଟେଲିଜେନ୍ସ ରାଜ୍ୟରେ ବିଦେଶୀ ଏଜେଣ୍ଟମାନଙ୍କ ଦ୍ୱାରା ସମ୍ଭାବ୍ୟ ଦେଶ ବିରୋଧୀ କାର୍ଯ୍ୟକଳାପ ଉପରେ ନିରନ୍ତର ନଜର ରଖିଛି ।