କନକ ବ୍ୟୁରୋ: ଭିଜିଲାନ୍ସ ଜାଲରେ ଆଉ ଜଣେ କୁବେର ବାବୁ । ଭୁବନେଶ୍ବର ରୋଡ୍ ଆଣ୍ଡ ବିଲ୍ଡିଂ ଡିଭିଜନର ତିନିର ସହକାରୀ ଇଞ୍ଜିନିୟର ରାଜା କିଶୋର ଜେନାଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଏକା ସାଙ୍ଗରେ ଭୁବନେଶ୍ବର ଏବଂ ନୟାଗଡ଼ରେ ୧୦ଟି ସ୍ଥାନରେ ରେଡ୍ କରିଛନ୍ତି ଭିଜିଲାନ୍ସର ଏକାଧିକ ଟିମ୍ । ଭିଜିଲାନ୍ସର ୭ ଜଣ ଡିଏସପି, ୫ ଇନଷ୍ପେକ୍ଟର, ଜଣେ ଏସଆଇ, ୧୧ ଏଏସଆଇଙ୍କ ଅନ୍ୟ ଷ୍ଟାଫ୍ ଚଢ଼ାଉରେ ନିୟୋଜିତ ଅଛନ୍ତି । ବାବୁଙ୍କର ଅଫିସ, ଭୁବନେଶ୍ବର ନିଳାଦ୍ରୀବିହାର ଅଞ୍ଚଳର ସେକ୍ଟର-୫ ଅଞ୍ଚଳର ପ୍ଲଟ ସହ ତିନି ମହଲା କୋଠା, କସ୍ମୋପଲିସରେ ୮ ନମ୍ବର ମହଲାରେ ଗୋଟିଏ ଫ୍ଲାଟ, କସ୍ମୋପଲିସର ଟାୱାର-ଏଚ୍ରେ ୧୬ ମହଲାରେ ଥିବା ଫ୍ଲାଟ, ପାହାଳରେ ଥିବା ସିମ୍ଫୋନି ମଲରେ ୧୬ ଦୋକାନ, ଡୁମୁଡୁମାରେ ଥିବା ପ୍ଳଟ, ଜାଗମରାରେ ଥିବା ଏଏସଏନ ଇନଫ୍ରାଷ୍ଟକ୍ଚର କମ୍ପାନୀ ଏବଂ ନୟାଗଡ଼ ଜଗନ୍ନାଥପ୍ରସାଦ ଅଞ୍ଚଳର ବ୍ୟକ୍ତିଗତ ଏବଂ ସମ୍ପକୟୀୟଙ୍କ ଘରେ ଚଢାଉ ହୋଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ ଜାରି ରହିଛି ।
ଭିଜିଲାନ୍ସ ଜାଲରେ ଆଉ ଜଣେ କୁବେର ବାବୁ: ଭୁବନେଶ୍ବର ଏବଂ ନୟାଗଡ଼ରେ ୧୦ଟି ସ୍ଥାନରେ ରେଡ୍ କରୁଛି ଭିଜିଲାନ୍ସ
ଏକା ସାଙ୍ଗରେ ଭୁବନେଶ୍ବର ଏବଂ ନୟାଗଡ଼ରେ ୧୦ଟି ସ୍ଥାନରେ ରେଡ୍ କରିଛନ୍ତି ଭିଜିଲାନ୍ସର ଏକାଧିକ ଟିମ୍ । ଭିଜିଲାନ୍ସର ୭ ଜଣ ଡିଏସପି, ୫ ଇନଷ୍ପେକ୍ଟର, ଜଣେ ଏସଆଇ, ୧୧ ଏଏସଆଇଙ୍କ ଅନ୍ୟ ଷ୍ଟାଫ୍ ଚଢ଼ାଉରେ ନିୟୋଜିତ ଅଛନ୍ତି ।
/kanak/media/media_files/2025/07/29/36-2025-07-29-12-13-31.jpg)