କନକ ବ୍ୟୁରୋ: କିଟ୍ କ୍ୟାମ୍ପସରେ ପୁଣି ଛାତ୍ରୀ ଆତ୍ମହତ୍ୟା । ପୁଣି ଜଣେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ସୂଚନା । ମୃତ ଛାତ୍ରୀଙ୍କ ନାଁ ସନ୍ନି ଶାହା । ୪ନମ୍ୱର କ୍ୟାମ୍ପସ ରୁମ୍ ନମ୍ୱର ୧୧୧ରୁ ମିଳିଲା ମୃତଦେହ । ଏବେ ଯାଏଁ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ । ଘଟଣାସ୍ଥଳରେ ଡିସିପି ପହଞ୍ଚି ଛାନଭିନ୍ ଆରମ୍ଭ କରିଛନ୍ତି ।
ଗତ ଫେବୃଆରୀ ମାସରେ କିଟରେ ଏକ ନେପାଳୀ ଛାତ୍ରୀ ଆତ୍ମହତ୍ୟା କରିଥିଲେ । କିଟ୍ ହଷ୍ଟେଲରୁ ମୃତଦେହ ମିଳିବା ପରେ ଅଡୁଆରେ ପଡ଼ିଥିଲେ କିଟ୍ କର୍ତ୍ତୃପକ୍ଷ । ଏହି ଘଟଣାରେ କଲେଜ କ୍ୟାମ୍ପସରେ ପ୍ରବଳ ଉତ୍ତେଜନା ଦେଖିବାକୁ ମିଳିଥିଲା । ଅନ୍ୟ ନେପାଳୀ ଛାତ୍ର କ୍ୟାମ୍ପସରେ ଭଙ୍ଗାରୁଜା କରିବା ସହ ସାରା ରାତି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ତେବେ ଏହି ଘଟଣାକୁ କିଛି ଦିନ ନପୁରୁଣୁ ଆଉ ଜଣେ ଛାତ୍ରୀ ଆତ୍ମହତ୍ୟା ଘଟଣା ଏବେ କିଟକୁ ଅଡୁଆ ଭିତରକୁ ଟାଣିଆଣିଛି ।