କନକବ୍ୟୁରୋ : କିଟ୍ ବିଶ୍ବବିଦ୍ୟାଳୟର ପିଛା ଛାଡୁନି ବିବାଦ । ପୁଣି ସାମ୍ନାକୁ ଆସିଲା ଆଉ ଜଣେ ନେପାଳୀ  ଛାତ୍ରୀଙ୍କ ଆତ୍ମହତ୍ୟା ଅଭିଯୋଗ  । ମୃତ ନେପାଳୀ ଛାତ୍ରୀ କମ୍ପ୍ୟୁଟର  ସାଇନ୍ସର ପ୍ରଥମ ବର୍ଷର ଛାତ୍ରୀ ପ୍ରିସା ଶାହ । ଗୁରୁବାର ସଂଧ୍ୟାରେ କ୍ୟାମ୍ପସ ହଷ୍ଟେଲ ପରିସରରୁ ପ୍ରିସାଙ୍କ ମୃତଦେହ ଉଦ୍ଧାର କରାଯାଇଛି  ।  ସାଇଣ୍ଟିଫିକ ଟିମ୍ ସହ ଇନଫୋସିଟି  ଥାନା ପୋଲିସ କିଟ୍ କ୍ୟାମ୍ପସରେ ତଦନ୍ତ ଆରମ୍ଭ କରିଛନ୍ତି  ।

Advertisment

କାହିଁକି ଓ କେଉଁ କାରଣରୁ ଛାତ୍ରୀ ଜଣଙ୍କ ଆତ୍ମହତ୍ୟା କରିଛନ୍ତି ତାର କାରଣ ଅସ୍ପଷ୍ଟ ରହିଛି । ପୋଲିସର ତଦନ୍ତ ଚାଲିଛି ଖୁବଶୀଘ୍ର ଏ ସମ୍ପର୍କରେ ତଥ୍ୟ ପ୍ରଦାନ କରାଯିବ । ମୃତଦେହକୁ ଭୁବନେଶ୍ବର ଏମ୍ସ କୁ ସ୍ଥାନାନ୍ତର କରାଯାଇଛି ।   ଆଜି ପରିବାର ଲୋକ ଭୁବନେଶ୍ବରରେ ପହଁଚିବା ପରେ ମୃତଦେହର ବ୍ୟବଚ୍ଛେଦ କରାଯିବ ବୋଲି ପୁଲିସ କମିଶନର ସୁରେଶ ଦେବଦତ୍ତ ସିଂ ସୂଚନା ଦେଇଛନ୍ତି । ଘଟଣାକୁ ନେଇ କ୍ୟାମ୍ପସ ପରିସରରେ ଉତ୍ତେଜନା ଦେଖିବାକୁ ମିଳିଥିବା ବେଳେ ବ୍ୟାପକ ପୁଲିସ ଫୋର୍ସ ମଧ୍ୟ ମୁତୟନ କରାଯାଇଛି । ଗତ ଫେବୃଆରୀ ୧୬, ୨୦୨୫ ରେ ଅନ୍ୟଜଣେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟାକୁ ୩ମାସ ପୂରିନଥିବା ବେଳେ ପୁଣିଥରେ ଏଭଳି ଘଟଣା ସାମ୍ନାକୁ ଆସିଛି ।
-