କନକବ୍ୟୁରୋ :  ଜମ୍ମୁ-କାଶ୍ମୀରର କଟରାରେ ବୈଷ୍ଣୋ ଦେବୀ  ମନ୍ଦିର ରାସ୍ତାରେ ପ୍ରବଳ ବର୍ଷା ଯୋଗୁଁ ଘଟିଥିବା  ଭୂସ୍ଖଳନରେ ମୃତ୍ୟୁସଂଖ୍ୟା ୩୧କୁ ପହଞ୍ଚିଛି  ।  ଅର୍ଧକୁମାରୀ ନିକଟରେ ଇନ୍ଦ୍ରପ୍ରସ୍ଥ  ଭୋଜନାଳୟ ପାଖରେ ଏହି ବଡ଼ ଅଘଟଣ ଘଟିଥିଲା।     ରିଆସୀ  ଏସ୍‌ଏସ୍‌ପି ପରମବୀର ସିଂହ କହିଛନ୍ତି, "୩୧ ଜଣଙ୍କର ମୃତ୍ୟୁ ହୋଇଛି, ଅନେକ ଆହତ  ।   ଏହି ଘଟଣାରେ କିଛି ଲୋକ ଏବେ ମଧ୍ୟ ନିଖୋଜ ଅଛନ୍ତି  ।   ଏନ୍‌ଡିଆର୍‌ଏଫ୍, ଏସ୍‌ଡିଆର୍‌ଏଫ୍ ଓ ସେନା ରେସ୍କ୍ୟୁ ଟିମ୍ ପଂହଚି ଉଦ୍ଧାର କାର୍ଯ୍ୟ ଜାରୀ ରଖିଛନ୍ତି ।   ବର୍ଷା ଯୋଗୁଁ ଯାତ୍ରା ବନ୍ଦ୍ ହୋଇଛି ଓ ରେଳପଥରେ ୧୮ଟି ଟ୍ରେନ୍ ବାତିଲ ହୋଇଛି ।  ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା ଓ  ଗୃହମନ୍ତ୍ରୀ ଅମିତ  ଶାହ  ଦୁଃଖ ପ୍ରକାଶ କରିଛନ୍ତି ।  ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି, ହଠାତ୍ ବଡ଼-ବଡ଼ ପଥର ଖସି ପଡ଼ିଲା, ସବୁ କିଛି ଧ୍ୱଂସ ହୋଇଗଲା  ।