ଟଳିଲା ଆଉ ଏକ ବଡ଼ ଦୁର୍ଘଟଣା ; ଅବତରଣ କରିପାରିଲାନି କଂଗ୍ରେସ ନେତାଙ୍କୁ ନେଇ ଯାଉଥିବା ବିମାନ

Advertisment

ଏୟାର ଇଣ୍ଡିଆର ବିମାନଟି ଦିଲ୍ଲୀରୁ ଜୟପୁର ଯାତ୍ରା କରୁଥିଲା । ଏୟାର ଇଣ୍ଡିଆର ବିମାନ AI-1719 ଅପରାହ୍ନ ପ୍ରାୟ ୧:୦୫ରେ ଜୟପୁର ବିମାନବନ୍ଦରରେ ଅବତରଣ କରିବାକୁ ଚେଷ୍ଟା କରିଥିଲା । କିନ୍ତୁ, ରନୱେରେ ଅବତରଣ କରିବା ମାତ୍ରେ ଅବତରଣ ବିଫଳ ହୋଇଥିଲା ।

ଏୟାର ଇଣ୍ଡିଆର ବିମାନଟି ଦିଲ୍ଲୀରୁ ଜୟପୁର ଯାତ୍ରା କରୁଥିଲା । ଏୟାର ଇଣ୍ଡିଆର ବିମାନ AI-1719 ଅପରାହ୍ନ ପ୍ରାୟ ୧:୦୫ରେ ଜୟପୁର ବିମାନବନ୍ଦରରେ ଅବତରଣ କରିବାକୁ ଚେଷ୍ଟା କରିଥିଲା । କିନ୍ତୁ, ରନୱେରେ ଅବତରଣ କରିବା ମାତ୍ରେ ଅବତରଣ ବିଫଳ ହୋଇଥିଲା ।

Plane

Plane Photograph: (Kanak news)

କନକ ବ୍ୟୁରୋ : ଟଳିଲା ଆଉ ଏକ ବଡ଼ ଦୁର୍ଘଟଣା । ଆଜି ସକାଳୁ ସକାଳୁ ଅଜିତ୍ ପାୱାରଙ୍କ ବିମାନ ଦୁର୍ଘଟଣା ସାରା ଦେଶକୁ ଦୋହଲାଇଦେଇଛି । ସାରା ଦେଶ ତାଙ୍କ ଦେହାନ୍ତରେ ଶୋକପ୍ରକାଶ କରୁଛନ୍ତି । ଏହାରି ଭିତରେ ଆଉ ଏକ ବିମାନ ଦୁର୍ଘଟଣା ଟଳିଯାଇଥିବା ଘଟଣା ସାମ୍ନାକୁ ଆସିଛି । ଏହି ବିମାନରେ ବି ଥିଲେ ଦୁଇଜଣ ବରିଷ୍ଠ ନେତା ।

ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀଙ୍କ ବିମାନ ଦୁର୍ଘଟଣା ପରେ ପୂର୍ବତନ ପଞ୍ଜାବ ଉପମୁଖ୍ୟମନ୍ତ୍ରୀ ଏବଂ ରାଜସ୍ଥାନ କଂଗ୍ରେସ ପ୍ରଭାରୀ ସୁଖଜିନ୍ଦର ସିଂହ ରନ୍ଧାୱାଙ୍କୁ ନେଇ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ଏବେ ଜୟପୁରରେ ଅବତରଣ କରିପାରି ନାହିଁ । ଏୟାର ଇଣ୍ଡିଆର ବିମାନଟି ଦିଲ୍ଲୀରୁ ଜୟପୁର ଯାତ୍ରା କରୁଥିଲା । ଏୟାର ଇଣ୍ଡିଆର ବିମାନ AI-1719 ଅପରାହ୍ନ ପ୍ରାୟ ୧:୦୫ରେ ଜୟପୁର ବିମାନବନ୍ଦରରେ ଅବତରଣ କରିବାକୁ ଚେଷ୍ଟା କରିଥିଲା । କିନ୍ତୁ, ରନୱେରେ ଅବତରଣ କରିବା ମାତ୍ରେ ଅବତରଣ ବିଫଳ ହୋଇଥିଲା । ରନୱେରେ ଅବତରଣ କରିବା ପୂର୍ବରୁ ପାଇଲଟ୍ ତୁରନ୍ତ ଗୋ-ଆରାଉଣ୍ଡ କରିଦେଇଥିଲେ । ୧୦ ମିନିଟ୍ ଆକାଶରେ ଚକ୍କର କାଟିବା ପରେ, ଦ୍ୱିତୀୟ ପ୍ରୟାସରେ ବିମାନଟି ସୁରକ୍ଷିତ ଭାବରେ ଅବତରଣ କରିଥିଲା । ବିମାନରେ ଥିବା ସୁଖବିନ୍ଦର ସିଂହ ରନ୍ଧାୱା ସୁରକ୍ଷିତ ଅଛନ୍ତି ।

ଅଧିକ ପଢ଼ନ୍ତୁ---ଭାରତ-ପାକିସ୍ତାନ ସଂଘର୍ଷ ବନ୍ଦ କରିନଥିଲେ ଟ୍ରମ୍ପ: ଅପରେସନ ସିନ୍ଦୂରର ସତ କାହାଣୀ ପ୍ରକାଶ କଲେ ଆମେରିକୀୟ ସାଂସଦ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe