କନକ ବ୍ୟୁରୋ : ଟଳିଲା ଆଉ ଏକ ବଡ଼ ଦୁର୍ଘଟଣା । ଆଜି ସକାଳୁ ସକାଳୁ ଅଜିତ୍ ପାୱାରଙ୍କ ବିମାନ ଦୁର୍ଘଟଣା ସାରା ଦେଶକୁ ଦୋହଲାଇଦେଇଛି । ସାରା ଦେଶ ତାଙ୍କ ଦେହାନ୍ତରେ ଶୋକପ୍ରକାଶ କରୁଛନ୍ତି । ଏହାରି ଭିତରେ ଆଉ ଏକ ବିମାନ ଦୁର୍ଘଟଣା ଟଳିଯାଇଥିବା ଘଟଣା ସାମ୍ନାକୁ ଆସିଛି । ଏହି ବିମାନରେ ବି ଥିଲେ ଦୁଇଜଣ ବରିଷ୍ଠ ନେତା ।
ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀଙ୍କ ବିମାନ ଦୁର୍ଘଟଣା ପରେ ପୂର୍ବତନ ପଞ୍ଜାବ ଉପମୁଖ୍ୟମନ୍ତ୍ରୀ ଏବଂ ରାଜସ୍ଥାନ କଂଗ୍ରେସ ପ୍ରଭାରୀ ସୁଖଜିନ୍ଦର ସିଂହ ରନ୍ଧାୱାଙ୍କୁ ନେଇ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ଏବେ ଜୟପୁରରେ ଅବତରଣ କରିପାରି ନାହିଁ । ଏୟାର ଇଣ୍ଡିଆର ବିମାନଟି ଦିଲ୍ଲୀରୁ ଜୟପୁର ଯାତ୍ରା କରୁଥିଲା । ଏୟାର ଇଣ୍ଡିଆର ବିମାନ AI-1719 ଅପରାହ୍ନ ପ୍ରାୟ ୧:୦୫ରେ ଜୟପୁର ବିମାନବନ୍ଦରରେ ଅବତରଣ କରିବାକୁ ଚେଷ୍ଟା କରିଥିଲା । କିନ୍ତୁ, ରନୱେରେ ଅବତରଣ କରିବା ମାତ୍ରେ ଅବତରଣ ବିଫଳ ହୋଇଥିଲା । ରନୱେରେ ଅବତରଣ କରିବା ପୂର୍ବରୁ ପାଇଲଟ୍ ତୁରନ୍ତ ଗୋ-ଆରାଉଣ୍ଡ କରିଦେଇଥିଲେ । ୧୦ ମିନିଟ୍ ଆକାଶରେ ଚକ୍କର କାଟିବା ପରେ, ଦ୍ୱିତୀୟ ପ୍ରୟାସରେ ବିମାନଟି ସୁରକ୍ଷିତ ଭାବରେ ଅବତରଣ କରିଥିଲା । ବିମାନରେ ଥିବା ସୁଖବିନ୍ଦର ସିଂହ ରନ୍ଧାୱା ସୁରକ୍ଷିତ ଅଛନ୍ତି ।
ଅଧିକ ପଢ଼ନ୍ତୁ---ଭାରତ-ପାକିସ୍ତାନ ସଂଘର୍ଷ ବନ୍ଦ କରିନଥିଲେ ଟ୍ରମ୍ପ: ଅପରେସନ ସିନ୍ଦୂରର ସତ କାହାଣୀ ପ୍ରକାଶ କଲେ ଆମେରିକୀୟ ସାଂସଦ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/01/28/plane-2026-01-28-15-27-40.jpg)