କନକ ବ୍ୟୁରୋ: ମା’ଙ୍କ ଆଗମନରେ ଗାଁଠୁ ସହର ଉତ୍ସବ ମୁଖର ଥିବାବେଳେ ଡରାଇଛି ପାଣିପାଗ ବିଭାଗର ଆକଳନ। ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ସମ୍ଭାବନା ଥିବାର ଦଶହରାକୁ ଭିଜାଇ ପାରେ ବୋଲି ଆଶଙ୍କା କରାଯାଉଛି । ଉତ୍ତର- ଆଣ୍ଡାମାନ ସାଗରରେ ଦାନାବାନ୍ଧୁଛି ଏକ ଘୂର୍ଣ୍ଣିବଳୟ । ଆଇଏମଡିର ଆକଳନ ଅନୁସାରେ, ଏହାର ପ୍ରଭାବରେ ଅକ୍ଟୋବର ୧ରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଯାହାକି ଉତ୍ତରପଶ୍ଚିମ ଦିଗରେ ଗତି କରିବା ସହ ଅକ୍ଟୋବର ୨ ବେଳକୁ ଅବପାତର ରୂପ ନେଇପାରେ । ଅବପାତରେ ପରିଣତ ହେବା ପରେ ପଶ୍ଚିମ-କେନ୍ଦ୍ରୀୟ ଓ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଆଗକୁ ବଢ଼ିବ । ଅକ୍ଟୋବର ୩ରେ ପଶ୍ଚିମ, ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ପରେ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ମଧ୍ୟରେ ଉପକୂଳ ଅତିକ୍ରମ କରିବ।
ବଙ୍ଗୋପସାଗରରେ ଲଘୁଚାପ ଦାନାବାନ୍ଧୁଥିବାରୁ ପୂଜାର ଶେଷ ଦୁଇ ଦିନକୁ ଫିକା ପକାଇବା ଆଶଙ୍କା କରାଯାଉଛି। ପାଣିପାଗ ବିଜ୍ଞାନୀଙ୍କ ଆକଳନ ଅନୁସାରେ ଆସନ୍ତାକାଲି ରାତିରୁ ଉତ୍ତର ଉପକୂଳ ସମେତ ଆଭ୍ୟନ୍ତରୀଣ କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।
- ୧ ତାରିଖ ରେ ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼, ଭଦ୍ରକ, ବାଲେଶ୍ଵର ଆଦି ଜିଲ୍ଲାରେ ଆସନ୍ତାକାଲି ମଧ୍ୟମରୁ ପ୍ରବଳ ବର୍ଷା ଅନୁଭୂତ ହୋଇପାରେ
- ୨ ତାରିଖରେ ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା, ମୟୂରଭଞ୍ଜ, କେଉଁଝର, ଯାଜପୁର, ଢେଙ୍କାନାଳ, ସୁନ୍ଦରଗଡ଼, ଦେଓଗଡ଼, ଅନୁଗୁଳ, ସମ୍ବଲପୁର ଆଦି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି ।
ବାଇଟ୍ - ଶରତ ସାହୁ, ପାଣିପାଗ ବିଜ୍ଞାନୀ
ତେବେ ବର୍ତ୍ତମାନ ୧୦ ତାରିଖ ପର୍ଯ୍ୟନ୍ତ ବାତ୍ୟା ସମ୍ଭାବନା ନାହିଁ । କିନ୍ତୁ ବାତ୍ୟାର କାରକ ସକ୍ରିୟ ରହିଥିବାରୁ ଏତେ ଶୀଘ୍ର କିଛି ଆକଳନ କହିହେବ ନାହିଁ ବୋଲି କହିଛନ୍ତି ପାଣିପାଗ ବୈଜ୍ଞାନିକ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/media_files/2025/09/30/32-2025-09-30-19-51-04.jpg)