କନକ ବ୍ୟୁରୋ: ବର୍ଷାରେ ଭିଜିପାରେ ପାର୍ବଣ । ଅକ୍ଟୋବର ୬ରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ନେଇ ସମ୍ଭାବନା ଦେଖାଦେଇଛି । ଫଳରେ ୪ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ । ୪ ତାରିଖରୁ ୧୦ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବିକ୍ଷିପ୍ତ ବର୍ଷା ହେବ । ହେଲେ ରାଜ୍ୟର କେଉଁ ଜିଲ୍ଲାରେ ଏହାର କେତେ ପ୍ରଭାବ ପଡ଼ିବ ସେ ନେଇ ଆକଳନ ହୋଇନଥିବା ପାଣିପାଗ କେନ୍ଦ୍ର କହିଛି । 

Advertisment

ଆଗାମୀ ୭ ଦିନ ଯାଏଁ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ। ବିଶେଷ ବର୍ଷାର ସମ୍ଭାବନା କମ୍ ଥିବାରୁ ଦିନର ତାପମାତ୍ରା ଅଧିକ ରହିବ। ତେବେ ଆଜି ଓ କାଲି କିଛି ସ୍ଥାନରେ ବିଜୁଳି ଘଡଘଡି ବର୍ଷା ସମ୍ଭାବନା ନେଇ ସତର୍କ ସୂଚନା ଜାରି କରିଛି ବିଭାଗ । ଉତ୍ତର ଓଡ଼ିଶା ସହ ଦକ୍ଷିଣ ଓଡ଼ିଶାରେ ଆଜି ଘଡଘଡି ବିଜୁଳି ଓ ବର୍ଷା ସମ୍ଭାବନା ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି । ମୟୂରଭଞ୍ଜ, କେନ୍ଦୁଝର, ମାଲକାନଗିରି, କୋରାପୁଟ, ରାୟଗଡା, ନବରଙ୍ଗପୁର, କଳାହାଣ୍ଡି, ନୂଆପଡା, ବଲାଙ୍ଗୀର ଓ ବରଗଡ଼ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ରହିଛି। ଜୁନ ୧ରୁ ବର୍ତ୍ତମାନ ସୁଧା ୧୦୯୨ ମିମି ବର୍ଷା ହେଇଥିବା ସୂଚନା ଦେଇଛି ପାଣିପାଗ ବିଜ୍ଞାନ କେନ୍ଦ୍ର । କିନ୍ତୁ ଏବେ ବି ରାଜ୍ୟରେ ୫ ପ୍ରତିଶତ କମ୍ ବର୍ଷା ରେକର୍ଡ ହୋଇଛି ।