ଆସୁଛି ଆଉ ଏକ ଲଘୁଚାପ! ଅକ୍ଟୋବର ୧ରୁ ପ୍ରବଳ ବର୍ଷା ସମ୍ଭାବନା

Advertisment

ଅବପାତ ପ୍ରଭାବରେ ରାଜ୍ୟର ବିଭିନ୍ନ ଅଂଚଳରେ ବର୍ଷା ହୋଇଛି । ଏହାରି ଭିତରେ ଅକ୍ଟୋବର ଆରମ୍ଭରୁ ଆଉ ଏକ ଲଘୁଚାପ ଆସୁଥିବା ସମ୍ଭାବନା ଡରାଇବା ଆରମ୍ଭ କରିଛି। ପାଣିପାଗ ବିଜ୍ଞାନୀଙ୍କ ଆକଳନ ଅନୁସାରେ ୩୦ ତାରିଖ ବେଳକୁ ଉତ୍ତର ଆଣ୍ଡାମାନସାଗର ଅଞ୍ଚଳରେ ଏକ ନୂତନ ଘୂର୍ଣ୍ଣିବଳୟ ପ୍ରବେଶ କରିବ

ଅବପାତ ପ୍ରଭାବରେ ରାଜ୍ୟର ବିଭିନ୍ନ ଅଂଚଳରେ ବର୍ଷା ହୋଇଛି । ଏହାରି ଭିତରେ ଅକ୍ଟୋବର ଆରମ୍ଭରୁ ଆଉ ଏକ ଲଘୁଚାପ ଆସୁଥିବା ସମ୍ଭାବନା ଡରାଇବା ଆରମ୍ଭ କରିଛି। ପାଣିପାଗ ବିଜ୍ଞାନୀଙ୍କ ଆକଳନ ଅନୁସାରେ ୩୦ ତାରିଖ ବେଳକୁ ଉତ୍ତର ଆଣ୍ଡାମାନସାଗର ଅଞ୍ଚଳରେ ଏକ ନୂତନ ଘୂର୍ଣ୍ଣିବଳୟ ପ୍ରବେଶ କରିବ

7PM6

Photograph: (kanak news)

କନକ ବ୍ୟୁରୋ: ବଙ୍ଗୋପସାଗରରେ ଘନୀଭୂତ ହୋଇଥିବା ଅବପାତ ଯାଇନି, ପୁଣି ଡରାଇଲାଣି ଆଉ ଏକ ଲଘୁଚାପ ଆଶଙ୍କା । ଲଘୁଚାପର ପ୍ରଭାବ କେତେ ରହିବ? କେଉଁ ଅଂଚଳ ଉପରେ ପ୍ରଭାବ ପଡିବ ତାହା ସ୍ପଷ୍ଟ ହୋଇନଥିଲେ ବି ପୁଜା ସମୟରେ ଆସୁଥିବାରୁ ଭୟ ବଢ଼ୁଛି। 

ଅବପାତ ପ୍ରଭାବରେ ରାଜ୍ୟର ବିଭିନ୍ନ ଅଂଚଳରେ ବର୍ଷା ହୋଇଛି । ଏହାରି ଭିତରେ ଅକ୍ଟୋବର ଆରମ୍ଭରୁ ଆଉ ଏକ ଲଘୁଚାପ ଆସୁଥିବା ସମ୍ଭାବନା ଡରାଇବା ଆରମ୍ଭ କରିଛି। ପାଣିପାଗ ବିଜ୍ଞାନୀଙ୍କ ଆକଳନ ଅନୁସାରେ ୩୦ ତାରିଖ ବେଳକୁ ଉତ୍ତର ଆଣ୍ଡାମାନସାଗର ଅଞ୍ଚଳରେ ଏକ ନୂତନ ଘୂର୍ଣ୍ଣିବଳୟ ପ୍ରବେଶ କରିବ । ପ୍ରଭାବରେ ଉତ୍ତରପାଶ୍ବବର୍ତ୍ତୀ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ୧ଅକ୍ଟୋବର ବେଳକୁ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ତେବେ ଏହା କେଉଁ ଆକାର ନେବ ତାହା ସ୍ପଷ୍ଟ ହୋଇନାହିଁ । 

ଉପରମୁଣ୍ଡରେ ବର୍ଷା କମିବା ପରେ ପର୍ଯ୍ୟାୟକ୍ରମେ ହୀରାକୁଦ ଜଳଭଣ୍ଡାରକୁ ଜଳ ପ୍ରବେଶ କମିଛି। ତେଣୁ ଆଜି ଜଳଭଣ୍ଡାର ଆଉ କିଛି ଗେଟକୁ ବନ୍ଦ କରାଯାଇଛି। ମୁଣ୍ଡଳିରେ ଜଳସ୍ତର ସ୍ଥିର ରହିଛି । କିନ୍ତୁ ମହାନଦୀର ଶାଖା ନଦୀ କାଠଯୋଡି, ବିରୂପା, କୁଶଭଦ୍ରା, ଦୟା, ଭାର୍ଗବୀ, ଲୁଣା, ଦେବୀ, ପାଇକା ଓ ଚିତ୍ରୋତ୍ପଳାର ଜଳସ୍ତର ବଢ଼ୁଛି । ଯାହାଫଳରେ ଏହି ସବୁ ନଦୀର ତଳିଆ ଅଂଚଳରେ ବନ୍ୟା ପାଣି ପଶିବା ଆଶଙ୍କା ରହିଛି। ତେବେ ବଡ ବିପଦ ନାହିଁ ବୋଲି କହିଛନ୍ତି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ। 

ଗତକାଲି ୪୯ବ୍ଲକ ମୁଖ୍ୟାଳୟରେ ୫୦ମିଲିମିଟର ଓ କାଲିମେଳା ବ୍ଲକରେ ୧୦୦ମିମି ବର୍ଷା ହୋଇଛି। କିନ୍ତୁ ଆଗକୁ ପୁଣି ଲଘୁଚାପ ସୃଷ୍ଟି ହେଲେ, ଏହା ଦଶହରାକୁ ଫିକା କରିବା ଆଶଙ୍କା କରାଯାଉଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe