କନକ ବ୍ୟୁରୋ: କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ  ଓଡପୁର ଗାଁରେ ଅଜଣା ରୋଗରେ ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି ପାଇଛି । ଗତ ସପ୍ତାହରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଗତକାଲି ଆଉ ଜଣଙ୍କର ଜୀବନ ଯାଇଛି । ଖଗପତି ଗୌଡ଼ ନାମକ ବ୍ୟକ୍ତିଙ୍କର କୋରାପୁଟ ଜିଲ୍ଲା ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଛି । ଏହି ଖବର ଜାଣିବା ପରେ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀଙ୍କ ନେତୃତ୍ବରେ ଏକ ଟିମ୍ ଓଡପୁର ଗାଁକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ପ୍ରଥମେ ଝାଡାବାନ୍ତି ପରି ଲକ୍ଷଣ ଦେଖାଯାଉଥିଲେ ବି ଏହା କେଉଁ ରୋଗ ଏଯାଏଁ ସ୍ପଷ୍ଟ ହୋଇନି ।

Advertisment

କାହିଁକି ଏହା ବ୍ୟାପୁଛି, ତାହା ମଧ୍ୟ ଜଣାପଡ଼ୁନି ।  ଗାଁର କିଛି ଲୋକ ଝରଣା ପାଣି ବ୍ୟବହାର କରନ୍ତି । ଏହା ସହ ରୋଗର କିଛି ସମ୍ପର୍କ ରହିଛି କି, ତାହା ବି ପ୍ରଶ୍ନବାଚୀ ସୃଷ୍ଟି କରିଛି। ପୂର୍ବରୁ ପରିଦର୍ଶନରେ ଯାଇଥିବା ସ୍ବାସ୍ଥ୍ୟ ଟିମ୍ ଗାଁ ନଳକୂଅର ପାଣି ପରୀକ୍ଷା ପାଇଁ ସଂଗ୍ରହ କରି ଥିବା ବେଳେ ଓଆରଏସ୍ ବାଣ୍ଟିଥିଲା । ଏହାସହ ସହ ଗରମ ପାଣି ପିଇବା, ଗରମ୍ ଖାଦ୍ୟ ଖାଇବା ପାଇଁ କୁହା ଯାଇଥିଲା। ଅନ୍ୟପଟେ ସ୍ଥାନୀୟ ବିଧାୟକ ପବିତ୍ର ସାଉଁତା ଓଡ଼ପୁର ଗସ୍ତ କରି ସ୍ଥିତି ସମ୍ପର୍କରେ ଗାଁଲୋକଙ୍କ ଠାରୁ ପଚାରି ବୁଝିଛନ୍ତି । ୫ ଜଣଙ୍କର ଜୀବନ ଯିବା ପରେ ମଧ୍ୟ ସ୍ଵାସ୍ଚ୍ୟ ବିଭାଗ କାହିଁକି ଚେତା ପଶିନି ବୋଲି ସେ ଅଭିଯୋଗ କରିଛନ୍ତି ।