Photograph: (kanaknews)
କନକବ୍ୟୁରୋ : ପୁଣି ରାଜଧାନୀରେ ମାତିଲା ମଣିଷ ମରା ଥାର୍ , ନେଲା ଆଉ ଏକ ନିରୀହ ଜୀବନ । ଦୃତ ଗତିରେ ଆସି ବାଇକକୁ ପିଟିଲା ଥର ଗାଡି । ଗତକାଲି ଏଜି ଛକ ପଟୁ ଦୃତ ଗତିରେ କ୍ୟାପିଟାଲ ହସ୍ପିଟାଲ ଛକ ଆଡ଼େ ଯାଉଥିଲା ଥାର କାର। ସେହି ସମୟରେ କ୍ୟାପିଟାଲ ହସ୍ପିଟାଲ ଛକରୁ ୟୁ ଟର୍ନ କରୁଥିବା ବୁଲେଟକୁ ଧକ୍କା ଦେଇଥିଲା । ବୁଲେଟରେ ଘରକୁ ଫେରୁଥିବା ୩ଜଣ ବାଇକ ଆରୋହିଙ୍କ ମଧ୍ୟରୁ ଜଣଙ୍କର ଘଟଣା ସ୍ଥଳରେ ହିଁ ଜୀବନ ଚାଲିଗଲା । ଜଣେ ସାମାନ୍ୟ ଆହତ ଥିବାବେଳେ ଆଉ ଜଣକୁ ଗୁରୁତର ଅବସ୍ଥାରେ ଏମ୍ସ ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ମୃତକ ୧୯ବର୍ଷୀୟ ରାଜା ଓଲ୍ଡ ଟାଉନ, ତିନି ମୁଣ୍ଡିଆ ଅଞ୍ଚଳର ବୋଲି ଜଣା ପଡିଛି ।
Follow Us