କନକବ୍ୟୁରୋ : ଆୟର୍ଲାଣ୍ଡରେ ପୁଣି ଭାରତୀୟଙ୍କୁ ଆକ୍ରମଣ । ମହିଳାଙ୍କୁଠାରୁ ଲୁଟପାଟ କରିବା ସହ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି ଦୃବୁର୍ତ୍ତ ।ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ଏହି ମହିଳା ନୂଆ କରି ବୁଲିବାକୁ ଆୟର୍ଲାଣ୍ଡ ଯାଇନାହାଁନ୍ତି କି ସେଠି କୌଣସି ଚାକିରି କିମ୍ବା ବ୍ୟବସାୟ ପାଇଁ ଯାଇନଥିଲେ । ବରଂ ବିଗତ ୨୬ବର୍ଷ ଡବଲିନର କେରି ସହରରେ ରହିଆସୁଛନ୍ତି ।
ଦୁଇ ଦଶନ୍ଧି ଭିତରେ କେବେ ବି ଏଭଳି ଆକ୍ରମଣ ଶିକାର ହୋଇନଥିବା ସୋନାଲି ବର୍ତ୍ତମାନ ନିଜ ଉପରେ ଘଟିଥିବା ଆକ୍ରମଣକୁ ନେଇ ଯେତିକି ଭୟଭୀତ ଅଛନ୍ତି ସେତିକି ପ୍ରଶ୍ନ ମଧ୍ୟ ଛିଡା ହୋଇଛି । କାହିଁକି ତାଙ୍କ ସହ ଏମିତି ହେଲା?କାହିଁକି ସେ ୨୬ବର୍ଷ ପରେ ନିଜକୁ ସେଠାରେ ଅସୁରିକ୍ଷିତ ମଣୁଛନ୍ତି ସେନେଇ ପ୍ରଶ୍ନ ଉଠାଇଛନ୍ତି ।
-୧୫ ଭିତରେ ୫ଜଣ ଭାରତୀୟଙ୍କୁ ଆକ୍ରମଣ
-ଜଣେ ଯୁବକ, ଜଣେ ବୟସ୍କ ଓ ଜଣେ ଶିଶୁଙ୍କ ପରେ ମହିଳାଙ୍କୁ ଆକ୍ରମଣ
-ଅଜଣା ବ୍ୟକ୍ତି ହଠାତ ଆକ୍ରମଣ କରୁଛନ୍ତି ଓ ଭାରତ ଫେରିଯିବାକୁ କହୁଛନ୍ତି
-ଅଶାଳୀନ ଭାଷାରେ ଗାଳି କରୁଛନ୍ତି, ଜୀବନରୁ ମାରିଦେବାକୁ ଧମକ ଦେଉଛନ୍ତି
-ଜାତିଗତ ବିଦ୍ବେଷ ଏହାର ମୁଖ୍ୟ କାରଣ ବୋଲି କୁହାଯାଉଛି
-ଆୟର୍ଲାଣ୍ଡରେ ବିଦେଶୀଙ୍କ ନିଯୁକ୍ତି ମଧ୍ୟ ଆଉ ଏକ କାରଣ