Photograph: (kamak news)
କନକ ବ୍ୟୁରୋ: ସମାନ ଗାଁ ସମାନ କାହାଣୀ । ଦାଦନ ଖଟିବାକୁ ଗଲେ ଆଉ ଶହେ ମତ୍ସ୍ୟଜୀବୀ । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକ୍ ଅରଖକୁଦା ଗାଁରୁ ଏନେଇ ଆମେ ପୂର୍ବରୁ ଖବର ପ୍ରସାରଣ କରିଥିଲୁ । ପ୍ରଥମେ ୬ଟି ବସ୍ରେ ୬ ଶହ ମତ୍ସ୍ୟଜୀବୀ ଦାଦନ ଖଟିବାକୁ ଯାଇଥିଲେ । ଏନେଇ ଗତ ୫ ତାରିଖରେ କନକ ନ୍ୟୁଜରେ ଖବର ପ୍ରସାରଣ ହୋଇଥିଲା । ଭାବିଥିଲୁ ଦାଦନ ରୋକିବା ପାଇଁ ପ୍ରଶାସନ କିଛି ପଦକ୍ଷେପ ନେବ । କିନ୍ତୁ କିଛି ବି ପଦକ୍ଷେପ ଗ୍ରହଣ କରାଗଲାନାହିଁ । ତେଣୁ ପୁଣି ଆଜି ଲୋକ ଦାଦନ ଖଟିବାକୁ ବାହାରିଛନ୍ତି । ଏ ସବୁ ପେଟ ପାଇଁ ନାଟ । ପେଟର ଭୋକ ଏମାନଙ୍କୁ ଦାଦନ ସଜାଇ ଦେଇଛି । ଭିଟାମାଟିର ମୋହକୁ ମାରିଦେଇଛି । ନିଜ କୂଳ ବେଉସା ଛାଡ଼ିବାକୁ ବାଧ୍ୟ କରିଛି । ଏଠି ତ ପେଟ ପୂରୁନି । ବାହାରେ ଖଟିଲେ ପେଟ ପୂରିବ । ସେଠାରେ ବି ସମାନ କାମ । ମାଛ ଧରି ମାଲିକଙ୍କୁ ଧନୀ କରିବେ ଆଉ ନିଜ ପରିବାର ପାଇଁ କିଛି ରୋଜଗାର କରିବେ ସେଇ ଆଶା ନେଇ ଆଜି ଆଉ ଶହେ ଯୁବର ଓ ବୟସ୍କ ଘର ଛାଡ଼ିଛନ୍ତି । ଦାଦନ ଖଟିବାକୁ ବେଙ୍ଗାଲୁରୁ, କେରଳ ଓ ଗୋଆ ଚାଲିଯାଇଛନ୍ତି ।
Follow Us