ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ : ଅନୁଗୁଳ ଜଳସେଚନ ବିଭାଗ ଅଧିକ୍ଷଣ ଯନ୍ତ୍ରୀଙ୍କ ୮ ଟି ଠିକଣାରେ ରେଡ୍

ରାଉରକେଲା ଗୋପବନ୍ଧୁ ନଗରରେ ଥିବା ୨ ମହଲା କୋଠା, ଭୁବନେଶ୍ବର ଘାଟିକିଆ ଓରଭିଲା ଫେଜ୍‌-୩ରେ ଥିବା ଦୁଇଟି ଫ୍ଲାଟରେ ଚଢ଼ାଉ କରୁଛନ୍ତି ଭିଜିଲାନ୍ସ ଅଧିକାରୀ ।

vigilance

vigilance Photograph: (KanakNews)

କନକ ବ୍ୟୁରୋ : ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ । ଅନୁଗୁଳ ଡିଭିଜନ୍ ଜଳସେଚନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରାଙ୍କ ୮ଟି ଠିକଣାରେ ଏକକାଳୀନ ରେଡ୍‌ କରୁଛନ୍ତି ଭିଜିଲାନ୍ସ ଅଧିକାରୀ । ଆୟଠୁ ଅଧିକ ସମ୍ପତ୍ତିଠୁଳ ଅଭିଯୋଗରେ ରେଡ୍‌ କରାଯାଉଛି । ଅନୁଗୁଳ ଅଫିସ ଓ ସରକାରୀ ବାସଭବନ ସମେତ ସୁନ୍ଦରଗଡ଼ ଟାଉନ୍‌ରେ ଥିବା ୩ ମହଲା କୋଠାରେ ଚଢ଼ାଉ ହେଉଛି । ରାଉରକେଲା ଗୋପବନ୍ଧୁ ନଗରରେ ଥିବା ୨ ମହଲା କୋଠା, ଭୁବନେଶ୍ବର ଘାଟିକିଆ ଓରଭିଲା ଫେଜ୍‌-୩ରେ ଥିବା ଦୁଇଟି ଫ୍ଲାଟରେ ଚଢ଼ାଉ କରୁଛନ୍ତି ଭିଜିଲାନ୍ସ ଅଧିକାରୀ । ଗଞ୍ଜାମରେ ଥିବା ପୈତୃକ ଘର ଓ ଶ୍ବଶୁର ଘରେ ଚଢ଼ାଉ ଚାଲିଛି।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe