କନକ ବ୍ୟୁରୋ : ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ । ଅନୁଗୁଳ ଡିଭିଜନ୍ ଜଳସେଚନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରାଙ୍କ ୮ଟି ଠିକଣାରେ ଏକକାଳୀନ ରେଡ୍ କରୁଛନ୍ତି ଭିଜିଲାନ୍ସ ଅଧିକାରୀ । ଆୟଠୁ ଅଧିକ ସମ୍ପତ୍ତିଠୁଳ ଅଭିଯୋଗରେ ରେଡ୍ କରାଯାଉଛି । ଅନୁଗୁଳ ଅଫିସ ଓ ସରକାରୀ ବାସଭବନ ସମେତ ସୁନ୍ଦରଗଡ଼ ଟାଉନ୍ରେ ଥିବା ୩ ମହଲା କୋଠାରେ ଚଢ଼ାଉ ହେଉଛି । ରାଉରକେଲା ଗୋପବନ୍ଧୁ ନଗରରେ ଥିବା ୨ ମହଲା କୋଠା, ଭୁବନେଶ୍ବର ଘାଟିକିଆ ଓରଭିଲା ଫେଜ୍-୩ରେ ଥିବା ଦୁଇଟି ଫ୍ଲାଟରେ ଚଢ଼ାଉ କରୁଛନ୍ତି ଭିଜିଲାନ୍ସ ଅଧିକାରୀ । ଗଞ୍ଜାମରେ ଥିବା ପୈତୃକ ଘର ଓ ଶ୍ବଶୁର ଘରେ ଚଢ଼ାଉ ଚାଲିଛି।
ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ : ଅନୁଗୁଳ ଜଳସେଚନ ବିଭାଗ ଅଧିକ୍ଷଣ ଯନ୍ତ୍ରୀଙ୍କ ୮ ଟି ଠିକଣାରେ ରେଡ୍
ରାଉରକେଲା ଗୋପବନ୍ଧୁ ନଗରରେ ଥିବା ୨ ମହଲା କୋଠା, ଭୁବନେଶ୍ବର ଘାଟିକିଆ ଓରଭିଲା ଫେଜ୍-୩ରେ ଥିବା ଦୁଇଟି ଫ୍ଲାଟରେ ଚଢ଼ାଉ କରୁଛନ୍ତି ଭିଜିଲାନ୍ସ ଅଧିକାରୀ ।
/kanak/media/media_files/2025/08/18/vigilance-2025-08-18-11-21-27.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)