ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ । ସମ୍ପତ୍ତି ଦେଖି ଜଳକା ଭିଜିଲାନ୍ସ

Advertisment

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଗ୍ରାମ୍ୟ ନିର୍ମାଣ ମଣ୍ଡଳର ଭାରପ୍ରାପ୍ତ ଅଧୀକ୍ଷଣ ଯନ୍ତ୍ରୀ ଏନ୍.ଭି. ହରିହର ରାଓଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ। ନିଜସ୍ବ ବାସଭବନ, ସରକାରୀ କ୍ବାର୍ଟର ଓ ସମ୍ପର୍କୀୟଙ୍କ ଘର ଏମିତି ଏକକାଳୀନ ୧୧ଟି ସ୍ଥାନରେ ଚଢାଉ ହୋଇଛି।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଗ୍ରାମ୍ୟ ନିର୍ମାଣ ମଣ୍ଡଳର ଭାରପ୍ରାପ୍ତ ଅଧୀକ୍ଷଣ ଯନ୍ତ୍ରୀ ଏନ୍.ଭି. ହରିହର ରାଓଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ। ନିଜସ୍ବ ବାସଭବନ, ସରକାରୀ କ୍ବାର୍ଟର ଓ ସମ୍ପର୍କୀୟଙ୍କ ଘର ଏମିତି ଏକକାଳୀନ ୧୧ଟି ସ୍ଥାନରେ ଚଢାଉ ହୋଇଛି।

jantri

କନକ ବ୍ୟୁରୋ: ଆଉ କିଛି ଦିନ ପରେ ହୋଇଥାନ୍ତା ପଦୋନ୍ନତି। ତା ପୂର୍ବରୁ ପଡିଗଲେ ଭିଜିଲାନ୍ସ ଜାଲରେ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଗ୍ରାମ୍ୟ ନିର୍ମାଣ ମଣ୍ଡଳର ଭାରପ୍ରାପ୍ତ ଅଧୀକ୍ଷଣ ଯନ୍ତ୍ରୀ ଏନ୍.ଭି. ହରିହର ରାଓଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ। ନିଜସ୍ବ ବାସଭବନ, ସରକାରୀ କ୍ବାର୍ଟର ଓ ସମ୍ପର୍କୀୟଙ୍କ ଘର ଏମିତି ଏକକାଳୀନ ୧୧ଟି ସ୍ଥାନରେ ଚଢାଉ ହୋଇଛି। ରେଡ୍ ବେଳେ ବାବୁଙ୍କର ସମ୍ପତ୍ତି ଦେଖି ତାଜୁବ୍ ହୋଇଛନ୍ତି ଭିଜିଲାନ୍ସ ଅଧିକାରୀ।

  • ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ
  • ସମ୍ପତ୍ତି ଦେଖି ଜଳକା ଭିଜିଲାନ୍ସ

ଗ୍ରାମ୍ୟ ନିର୍ମାଣ ମଣ୍ଡଳର କରିତ୍ କର୍ମା ଭାରପ୍ରାପ୍ତ ଅଧୀକ୍ଷଣ ଯନ୍ତ୍ରୀ ଏନ୍.ଭି. ହରିହର ରାଓଙ୍କ ଉପରେ ପଡିଛି ଭିଜିଲାନ୍ସର ଛାଟ। ଭୁବନେଶ୍ବର, ବ୍ରହ୍ମପୁର, ବାଲେଶ୍ବର, କେନ୍ଦୁଝର ଓ ଫୁଲବାଣୀ ସମେତ ୧୧ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ ଟିମ୍। ମିଳିଛି ଘର, ପ୍ଲଟ୍, ଟଙ୍କା ଓ ସୁନା ଅଳଙ୍କାର। ବାଲେଶ୍ବର ରେମୁଣା ବ୍ଲକର କୁକୁଡ଼ାପଦାରେ ଥିବା ସରକାରୀ କ୍ବାର୍ଟର ଓ ଅଫିସରେ ଭିଜିଲାନ୍ସ ଟିମ୍ ଚଢାଉ କରିଛନ୍ତି। ସେହିପରି ବ୍ରହ୍ମପୁରର ୪ଟି ସ୍ଥାନ କମାପଲ୍ଲୀ, ଭାବିନୀପୁର, ଶାନ୍ତିନଗର ଓ ତୁଳସୀନଗରରେ ବି ଛାନଭିନ୍ କରିଛନ୍ତି ଭିଜିଲାନ୍ସ ଅଧିକାରୀ। ଭାବିନୀପୁରର ବିଜୟ ବିହାରରେ ଥିବା ନିଜ ଘରେ ରେଡ୍ ବେଳେ ପାଖାପାଖି ୨ କୋଟି ଟଙ୍କା ଓ ସୁନା ଅଳଙ୍କାର ମିଳିଛି। ବ୍ରହ୍ମପୁର ଶାନ୍ତିନଗରରେ ଥିବା ସମ୍ପର୍କୀୟଙ୍କ ଘରେ ମଧ୍ୟ ହୋଇଛି ଚଢାଉ। 

ବର୍ତ୍ତମାନ ସୁଦ୍ଧା ଏନ.ଭି. ହରିହର ରାଓଙ୍କର କେତେ ସମ୍ପତ୍ତି ମିଳିଛି?

ବ୍ରହ୍ମପୁର କମାପଲ୍ଲୀରେ ଗୋଟିଏ ଥ୍ରି- ବିଏଚକେ ଫ୍ଲାଟ୍ ଠାବ ହୋଇଛି। ଭୁବନେଶ୍ବର ସୁନ୍ଦରପଦା ଏବଂ ବ୍ରହ୍ମପୁର କମାପଲ୍ଲୀରେ ୨ଟି ବେନାମୀ ଫ୍ଲାଟ୍ ମିଳିଛି। ଭୁବନେଶ୍ବରରେ ୨ଟି ଓ ବ୍ରହ୍ମପୁରରେ ଗୋଟିଏ ଏମିତି ମୋଟ ୪ଟି ବଡ଼ ପ୍ଲଟ୍ ମିଳିଛି। ୧ କୋଟି ୧୧ ଲକ୍ଷ ଟଙ୍କାର ଜମାରାଶି, ବହୁ ସୁନା ଅଳଙ୍କାର ଓ ୪ଟି ଦାମୀ ଘଣ୍ଟା ମିଳିଛି। ଏନ୍.ଭି. ହରିହର ରାଓ କେମିତି ଅର୍ଜିଲେ ଏତେ ସମ୍ପତ୍ତି? ଆୟଠାରୁ ଯଥେଷ୍ଟ ଅଧିକ ସମ୍ପତ୍ତି ରହିଥିବା ପ୍ରମାଣ ପାଇଛି ଭିଜିଲାନ୍ସ। ଏବେ ବି ରେଡ୍ ଚାଲିଥିବାରୁ ମୋଟ ସମ୍ପତ୍ତିର ପରିମାଣ ଜଣାପଡିନାହିଁ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe