କନକ ବ୍ୟୁରୋ :  ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ । ବାଲେଶ୍ବର ଚିଫ୍‌ କନଷ୍ଟ୍ରକସନ ଯନ୍ତ୍ରୀ  ହରିହର ରାଓଙ୍କ ଘରେ ଚାଲିଛି ଭିଜିଲାନ୍ସ ଚଢ଼ାଉ । ଆୟ ବହିର୍ଭୁତ୍ତ ସମ୍ପତ୍ତି ଠୁଳ ମାମଲାରେ ବାଲେଶ୍ବରର ଦୁଇଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ ଟିମ୍‌ । ହରିହରଙ୍କ ସମ୍ପତ୍ତିର ଯାଞ୍ଚ କରାଯାଉଛି । ଅନ୍ୟ କେଉଁଠି ଘର କିମ୍ବା ଜମି ରହିଛି ତାହାର ତଥ୍ୟ ସଂଗ୍ରହ କରୁଛି ଭିଜିଲାନ୍ସ । ତେବେ ଆୟଠାରୁ ସମ୍ପତ୍ତିର ମୂଲ୍ୟ ଢ଼େର ଅଧିକ ଥିବା ବେଳେ ଏତେ ସମ୍ପତ୍ତି ସେ କେଉଁଠାରୁ ଆଣିଲେ ତାର ତଦନ୍ତ ଚାଲିଛି । ବାଲେଶ୍ୱର ସମେତ ଭୁବନେଶ୍ବର ଓ ବ୍ରହ୍ମପୁରର ଭିନ୍ନ ଭିନ୍ନ ଠିକଣାରେ ଚଢାଉ କରୁଛି ଭିଜାଲାନ୍ସ ବିଭାଗ।