ରାଜଧାନୀରେ ପୁଣି ଏକ ଗଣଦୁଷ୍କର୍ମ : ଚାକିରି ଦେବା ନାଁରେ ନାବାଳିକାଙ୍କୁ ଗଣଦୁଷ୍କର୍ମ

Advertisment

ଧଉଳି ଥାନା ଲିଙ୍ଗିପୁର ଦୟା ନଦୀପଠାରେ ଘଟିଥିବା ଲୋମଟାଙ୍କୁରା ନାବାଳିକା ଗଣଦୁଷ୍କର୍ମ ମାମଲାର ବିକଳ କାହାଣୀ ଲୋକଙ୍କ ମନରୁ ଲିଭିନାହିଁ। ମୁଖ୍ୟ ଅଭିଯୁକ୍ତ ହାପି ହାତୀ ଓ ତା’ର ୨ ସହଯୋଗୀଙ୍କୁ ପୁଲିସ ଗିରଫ କରିଥିଲେ ହେଁ ଆଉ ଦୁଇ ଅଭିଯୁକ୍ତ ଧରାପଡ଼ିନାହାନ୍ତି

ଧଉଳି ଥାନା ଲିଙ୍ଗିପୁର ଦୟା ନଦୀପଠାରେ ଘଟିଥିବା ଲୋମଟାଙ୍କୁରା ନାବାଳିକା ଗଣଦୁଷ୍କର୍ମ ମାମଲାର ବିକଳ କାହାଣୀ ଲୋକଙ୍କ ମନରୁ ଲିଭିନାହିଁ। ମୁଖ୍ୟ ଅଭିଯୁକ୍ତ ହାପି ହାତୀ ଓ ତା’ର ୨ ସହଯୋଗୀଙ୍କୁ ପୁଲିସ ଗିରଫ କରିଥିଲେ ହେଁ ଆଉ ଦୁଇ ଅଭିଯୁକ୍ତ ଧରାପଡ଼ିନାହାନ୍ତି

Screenshot 2025-12-19 091544

Photograph: (KANAKNEWS)

କନକବ୍ୟୁରୋ : ଧଉଳି ଥାନା ଲିଙ୍ଗିପୁର ଦୟା ନଦୀପଠାରେ ଘଟିଥିବା ଲୋମଟାଙ୍କୁରା ନାବାଳିକା ଗଣଦୁଷ୍କର୍ମ ମାମଲାର ବିକଳ କାହାଣୀ ଲୋକଙ୍କ ମନରୁ ଲିଭିନାହିଁ। ମୁଖ୍ୟ ଅଭିଯୁକ୍ତ ହାପି ହାତୀ ଓ ତା’ର ୨ ସହଯୋଗୀଙ୍କୁ ପୁଲିସ ଗିରଫ କରିଥିଲେ ହେଁ ଆଉ ଦୁଇ ଅଭିଯୁକ୍ତ ଧରାପଡ଼ିନାହାନ୍ତି। ତେଣୁ ଏବେ ବି ଏହି ଅମାନବୀୟ ମାମଲାକୁ ନେଇ ରାଜଧାନୀରେ ସୃଷ୍ଟି ହୋଇଥିବା ତାତି ଥମି ନାହିଁ। ଏତିକିବେଳେ ପୁଣି ରାଜଧାନୀ ଛାତିରେ ଘଟିଛି ଆଉ ଏକ ନାବାଳିକା ଗଣଦୁଷ୍କର୍ମ ।

ଅଧିକ ପଢନ୍ତୁ... ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ମିଳିବନି ପେଟ୍ରୋଲ, ଡିଜେଲ୍ : ଦିଲ୍ଲୀ ପରେ ଓଡ଼ିଶାରେ ନିୟମ ଲାଗୁ

ପୀଡ଼ିତାଙ୍କୁ ଚାକିରି ଦେବାକୁ ଫୁସୁଲାଇ ଦୁଇ ପିଶାଚ ସହିଦନଗରସ୍ଥିତ ଏକ ଭଡ଼ାଘରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଗତକାଲି ରାତିରେ ଘଟିଥିବା ଏହି ମାମଲାରେ ପୁଲିସ ୨ ଅଭିଯୁକ୍ତଙ୍କୁ ବାନ୍ଧିଛି। ସେମାନେ ହେଲେ ଖୋର୍ଦ୍ଧା କେରଙ୍ଗ ଅଞ୍ଚଳର ଅକ୍ଷୟ ଦାସ(୨୮) ଓ ମୁକୁନ୍ଦ୍ରପସାଦ ଅଞ୍ଚଳର ସାହିଲ୍‌ ଖାଁ(୨୬)। ଆଜି ସେମାନଙ୍କୁ କୋର୍ଟ ଚାଲାଣ କରିଛି। ପୀଡ଼ିତାଙ୍କ ଅଭିଯୋଗ ଅନୁସାରେ ଅଭିଯୁକ୍ତ ଅକ୍ଷୟ ଦାସଙ୍କୁ ସେ ପୂର୍ବରୁ ଜାଣିଥିଲେ। 

କୌଣସି ସଂସ୍ଥାରେ ଚାକିରିଟିଏ କରାଇଦେବାକୁ ପୀଡ଼ିତା ଅଭିଯୁକ୍ତ ଅକ୍ଷୟକୁ କହିଥିଲେ। ପୀଡ଼ିତାଙ୍କ ଅନୁରୋଧ ରକ୍ଷା କରି ଅଭିଯୁକ୍ତ ଅକ୍ଷୟ ପ୍ରତିଶ୍ରୁତି ଦେଇଥିଲେ ଏବଂ ଯେତେବେଳେ ଡକାଇବେ, ତୁରନ୍ତ ଭୁବନେଶ୍ବର ଆସିବାକୁ ପଡ଼ିବ ବୋଲି କହିଥିଲେ। ମାତ୍ର ଅକ୍ଷୟ ମନରେ ପାପ ଲୁଚିଥିଲା ବୋଲି ପୀଡ଼ିତା ଜାଣିପାରିନଥିଲେ। ୧୮ ତାରିଖ ଦିନ ଅକ୍ଷୟ ପୀଡ଼ିତାଙ୍କୁ ଡକାଇଥିଲା। ତାଙ୍କୁ ଏକ ସଂସ୍ଥାରେ ଡାଟା ଏଣ୍ଟ୍ରି ଅପରେଟର୍‌ ଭାବେ ଚାକିରି କରାଇବା ବାହାନାରେ ଅକ୍ଷୟ ତାଙ୍କୁ ସହିଦନଗରସ୍ଥିତ ତା’ର ଭଡ଼ାଘରକୁ ଡକାଇଥିଲା। ଚାକିରି ପାଇବା ଆଶାରେ ପୀଡ଼ିତା ଅକ୍ଷୟକୁ ବିଶ୍ବାସ କରି ସହିଦନଗରସ୍ଥିତ ଭଡ଼ାଘର ଠିକଣାରେ ପହଞ୍ଚିଥିଲେ। କିନ୍ତୁ ଚାକିରି ପାଇବେ କ’ଣ ପୀଡ଼ିତା ଗଣଦୁଷ୍କର୍ମର ଶିକାର ହେଲେ ।

ଅଭିଯୁକ୍ତଦ୍ବୟ ଜୋର୍‌ ଜବରଦସ୍ତ ତାଙ୍କୁ ଦୁଷ୍କର୍ମ କରିଥିଲେ। ସେତେବେଳକୁ ଅପରାହ୍ଣ ୨ଟା ବାଜିଥିଲା। ଅଭିଯୁକ୍ତମାନେ ରାତିସାରା ତାଙ୍କୁ ଅଟକ ରଖିବାକୁ ଯୋଜନା କରିଥିଲେ ହେଁ ପୀଡ଼ିତା କୌଶଳକ୍ରମେ ସେଠାରୁ ଖସିଆସିଥିଲେ। ପରଦିନ ଅର୍ଥାତ ୧୯ ତାରିଖ ସକାଳେ ପୀଡ଼ିତା ସହିଦନଗର ଥାନାରେ ପହଞ୍ଚି ଅଭିଯୋଗ କରିଥିଲେ। ରାଜଧାନୀରେ ପୁଣି ସହିଦନଗର ଭଳି ଅଞ୍ଚଳରେ ଜଣେ ନାବାଳିକାଙ୍କ ଗଣଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ପାଇବା ମାତ୍ରେ ପୁଲିସ ୨ଟି ଟିମ୍‌ ଗଠନ କରି ଅଭିଯୁକ୍ତମାନଙ୍କ ପିଛା କରିଥିଲା। ପୀଡ଼ିତା ଖସିଯିବା ପରେ ଅଭିଯୁକ୍ତମାନେ ଭଡ଼ାଘର ଛାଡ଼ି ଅନ୍ୟତ୍ର ଆତ୍ମଗୋପନ କରିଥିଲେ। କିନ୍ତୁ ପୁଲିସ ଟିମ୍‌ ସେମାନଙ୍କୁ ଖୋର୍ଦ୍ଧାରୁ ଉଠାଇବାରେ ସକ୍ଷମ ହୋଇଥିଲା। ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ପୁଲିସ ସାଇଣ୍ଟିଫିକ୍‌ ଟିମ୍‌ ନେଇ ଉକ୍ତ ଭଡ଼ାଘରୁ ବିଭିନ୍ନ ନମୁନା ସଂଗ୍ରହ କରିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe