ଉଜୁଡ଼ା ଫସଲ ନେଲା ଆଉ ଜଣେ ଚାଷୀଙ୍କ ଜୀବନ । ଫସଲ ନଷ୍ଟ ପରେ ବ୍ରେନ୍ ଷ୍ଟ୍ରୋକରେ ମୃତ୍ୟୁ ।

Advertisment

ଗଲା ଆଉ ଜଣେ ଚାଷୀଙ୍କ ଜୀବନ । ଫସଲ ନଷ୍ଟ ପରେ ବ୍ରେନ୍ ଷ୍ଟ୍ରୋକରେ ମୃତ୍ୟୁ ଅଭିଯୋଗ ।

ଗଲା ଆଉ ଜଣେ ଚାଷୀଙ୍କ ଜୀବନ । ଫସଲ ନଷ୍ଟ ପରେ ବ୍ରେନ୍ ଷ୍ଟ୍ରୋକରେ ମୃତ୍ୟୁ ଅଭିଯୋଗ ।

farmer die

Photograph: (kanaknews)

କନକ ବ୍ୟୁରୋ: ଉଜୁଡ଼ା ଫସଲ ନେଲା ଆଉ ଜଣେ ଚାଷୀଙ୍କ ଜୀବନ । ଏଥର ନୟାଗଡ଼ ଜିଲ୍ଲା ରଣପୁରରୁ ଆସଛି ଚାଷୀ ମୃତ୍ୟୁ ଖବର । ରଣପୁର ବ୍ଲକ୍‌ ବଳଭଦ୍ରପୁର ପଞ୍ଚାୟତ ବାସୁଦିଆ ଗାଁର ଚାଷୀ ଭଗବାନ ପ୍ରଧାନଙ୍କର ମୃତ୍ୟୁ ହୋଇଛି । ୬୨ ବର୍ଷୀୟ ଭଗବାନ ପ୍ରଧାନ ୪ ଏକର ଜମିରେ ଧାନ ଫସଲ କରିଥିଲେ । କିନ୍ତୁ ଅଦିନିଆ ବର୍ଷାରେ ଧାନ ସବୁ ନଷ୍ଟ ହୋଇଯାଇଛି । 

ଫଳରେ ସେ ସମ୍ପୂର୍ଣ ଭାଙ୍ଗିପଡ଼ିଥିଲେ । ଅତ୍ୟନ୍ତ ମାନସିକ ଚାପରେ ଥିବା ଭଗବାନଙ୍କର ଉଚ୍ଚ ରକ୍ତଚାପ ବଢ଼ିଯିବା ଯୋଗୁ ମସ୍ତିଷ୍କାଘାତରେ ପୀଡ଼ିତ ହୋଇଥିଲେ । ଏହାପରେ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe