କନକ ବ୍ୟୁରୋ: ଉଜୁଡ଼ା ଫସଲ ନେଲା ଆଉ ଜଣେ ଚାଷୀଙ୍କ ଜୀବନ । ଏଥର ନୟାଗଡ଼ ଜିଲ୍ଲା ରଣପୁରରୁ ଆସଛି ଚାଷୀ ମୃତ୍ୟୁ ଖବର । ରଣପୁର ବ୍ଲକ୍ ବଳଭଦ୍ରପୁର ପଞ୍ଚାୟତ ବାସୁଦିଆ ଗାଁର ଚାଷୀ ଭଗବାନ ପ୍ରଧାନଙ୍କର ମୃତ୍ୟୁ ହୋଇଛି । ୬୨ ବର୍ଷୀୟ ଭଗବାନ ପ୍ରଧାନ ୪ ଏକର ଜମିରେ ଧାନ ଫସଲ କରିଥିଲେ । କିନ୍ତୁ ଅଦିନିଆ ବର୍ଷାରେ ଧାନ ସବୁ ନଷ୍ଟ ହୋଇଯାଇଛି ।
ଫଳରେ ସେ ସମ୍ପୂର୍ଣ ଭାଙ୍ଗିପଡ଼ିଥିଲେ । ଅତ୍ୟନ୍ତ ମାନସିକ ଚାପରେ ଥିବା ଭଗବାନଙ୍କର ଉଚ୍ଚ ରକ୍ତଚାପ ବଢ଼ିଯିବା ଯୋଗୁ ମସ୍ତିଷ୍କାଘାତରେ ପୀଡ଼ିତ ହୋଇଥିଲେ । ଏହାପରେ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/01/03/rdJZezuRbO2A8H0eZkGz.jpg)