କନକ ବ୍ୟୁରୋ : ପୁଣି ଜଣେ ଚାଷୀଙ୍କ ମୃତ୍ୟୁ ଅଭିଯୋଗ । ଏଥର କଟକ ଜିଲ୍ଲା ବାରଙ୍ଗରୁ ଆସିଛି ଏମିତି ଅଭାବନୀୟ ଖବର । ବାରଙ୍ଗ ବ୍ଲକ ଉସୁମା ପଞ୍ଚାୟତ ସୁମାନଡି ଗାଁର ଚାଷୀ ଇନ୍ଦ୍ରଜିତ୍ ଛାଟୋଇଙ୍କ ମୃତ୍ୟୁ ହୋଇଛି । ଉଜୁଡ଼ା କ୍ଷେତ ଦେଖି ଘରକୁ ଫେରିବା ପରେ ଚାଷୀ ଇନ୍ଦ୍ରଜିତ୍ ଛାଟୋଇଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ଅଭିଯୋଗ ଆସିଛି । ସେ କିଛି ଜମି ଭାଗରେ ଆଣି ଚାଷ କରିଥିଲେ । ତେବେ ବିଲରୁ ଘରକୁ ଆସିବା ପରେ ଘରେ ଟଳିପଡିଥିଲେ ।
କିଛିଦିନ ତଳେ ଦୁଇଜଣ ଚାଷୀ ଫସଲ ନଷ୍ଟ ଦୁଃଖରେ ମୃତ୍ୟୁବରଣ କରିଥିଲେ । ଅଦିନିଆ ବର୍ଷାରେ ତାଙ୍କର ଫସଲ ନଷ୍ଟ ହେବା ପରେ ଜଣେ ଚାଷୀ ବିଲରେ ହିଁ ଟଳିପଡ଼ିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/01/06/xSiOxEdCuvaiz5hDCR5m.jpg)