ସରଣ୍ଡା ଜଙ୍ଗଲରେ ପୁଣି ପୁଲିସ-ମାଓବାଦୀ ମୁହାଁମୁହିଁ, ସିଆରପିଏଫ୍ ଡିଜିଙ୍କ ଗସ୍ତର ୨୪ ଘଣ୍ଟା ଭିତରେ ଗୁଳିଗୋଳା ବର୍ଷା

Advertisment

ସରଣ୍ଡା ଜଙ୍ଗଲରେ ପୁଣି ପୁଲିସ-ମାଓବାଦୀ ମୁହାଁମୁହିଁ। ସୁନ୍ଦରଗଡ଼ ଜିଲ୍ଲା ସୀମାନ୍ତ ସରଣ୍ଡା ଜଙ୍ଗଲରେ ସୁରକ୍ଷାବଳ ଓ ମାଓବାଦୀଙ୍କ ମଧ୍ୟରେ ଘମାଘୋଟ ଗୁଳି ବିନିମୟ ହୋଇଛି ।

ସରଣ୍ଡା ଜଙ୍ଗଲରେ ପୁଣି ପୁଲିସ-ମାଓବାଦୀ ମୁହାଁମୁହିଁ। ସୁନ୍ଦରଗଡ଼ ଜିଲ୍ଲା ସୀମାନ୍ତ ସରଣ୍ଡା ଜଙ୍ଗଲରେ ସୁରକ୍ଷାବଳ ଓ ମାଓବାଦୀଙ୍କ ମଧ୍ୟରେ ଘମାଘୋଟ ଗୁଳି ବିନିମୟ ହୋଇଛି ।

maobadi-2026-02-23-08-44-40

Photograph: (kanak news)

କନକ ବ୍ୟୁରୋ: ସରଣ୍ଡା ଜଙ୍ଗଲରେ ପୁଣି ପୁଲିସ-ମାଓବାଦୀ ମୁହାଁମୁହିଁ। ସୁନ୍ଦରଗଡ଼ ଜିଲ୍ଲା ସୀମାନ୍ତ ସରଣ୍ଡା ଜଙ୍ଗଲରେ ସୁରକ୍ଷାବଳ ଓ ମାଓବାଦୀଙ୍କ ମଧ୍ୟରେ ଘମାଘୋଟ ଗୁଳି ବିନିମୟ ହୋଇଛି । ସ୍ଥାନୀୟ ଗ୍ରାମବାସୀଙ୍କ କହିବା ଅନୁଯାୟୀ, ସରଣ୍ଡା ଜଙ୍ଗଲର କୁମଡ଼ିହ ଓ କୋଲବୋଙ୍ଗା ଅଞ୍ଚଳରେ ମାଓବାଦୀଙ୍କ ଏକ ଦଳ ଥିବା ସୂଚନା ପାଇ ଯବାନ ମାନେ ଆଜି ସକାଳେ ସେମାନଙ୍କୁ ଘେରି ଯାଇଥିଲେ ।

ପରେ ଉଭୟ ପକ୍ଷରୁ ଗୁଳିବର୍ଷା ଆରମ୍ଭ ହୋଇଥିଲା। ଜଙ୍ଗଲ ଭିତରୁ ଲଗାତାର ଗୁଳିଗୋଳା ଶବ୍ଦ ଶୁଣି ନିକଟସ୍ଥ ଗାଁ ଗୁଡ଼ିକରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଦିନକ ତଳେ ସିଆର୍‌ପିଏଫ୍ ଡିଜିଚାଇଁବସା ଗସ୍ତରେ ଆସି ନକ୍ସଲ ବିରୋଧୀ ଅଭିଯାନକୁ ଆହୁରି ତୀବ୍ର କରିବାକୁ ସୁରକ୍ଷାବଳଙ୍କୁ ନିର୍ଦ୍ଦେଶ ଦେଇଥିଲେ।ଏହାର ୨୪ ଘଣ୍ଟା ମଧ୍ୟରେ ସରଣ୍ଡା ଜଙ୍ଗଲରୁ ଏଭଳି ଗୁଳି ବିନିମୟ ଖବର ଆସିବାରୁ ଅଞ୍ଚଳରେ ଚର୍ଚ୍ଚା ବଢ଼ିଯାଇଛି ।

ଆହୁରି ପଢ଼ନ୍ତୁ:ଆଜି ମିଳିବ ସୁଭଦ୍ରା ଟଙ୍କା , ବିଶ୍ୱ ମହିଳା ଦିବସ ଅବସରରେ ମହିଳାଙ୍କ ଆକାଉଣ୍ଟକୁ ଆସିବ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe