ରାଜଧାନୀରେ ପୁଣି ଏନକାଉଣ୍ଟର : ନିଶା ମାଫିଆକୁ କାବୁ କଲା ସ୍ପେଶାଲ କ୍ରାଇମ୍‌ ୟୁନିଟ

ରାଜଧାନୀରେ ଫୁଟିଲା ଗୁଳି, ନିଶା ମାଫିଆ ଶେଖ ଜାମସେଦକୁ ଏନକାଉଣ୍ଟର । ଗୁରୁତର ଅବସ୍ଥାରେ ଏମ୍ସରେ ଅପରାଧୀକୁ ଭର୍ତ୍ତି କରାଯାଇଛି । ସ୍ପେଶାଲ କ୍ରାଇମ ୟୁନିଟ୍ ଅଫିସର ଅନୁପ କାନୁନଗୋ ଏହି ଏନକାଉଣ୍ଟର କରିଥିବା ବେଳେ ଅପରାଧି ଗୋଡ଼ରେ ଦୁଇଟି ଗୁଳି ବାଜିଛି ।

Encounter 12

Photograph: (KanakNews )

କନକ ବ୍ୟୁରୋ : ରାଜଧାନୀରେ ଫୁଟିଲା ଗୁଳି, ନିଶା ମାଫିଆ ଶେଖ ଜାମସେଦକୁ ଏନକାଉଣ୍ଟର । ଗୁରୁତର ଅବସ୍ଥାରେ ଏମ୍ସରେ ଅପରାଧୀକୁ ଭର୍ତ୍ତି କରାଯାଇଛି । ସ୍ପେଶାଲ କ୍ରାଇମ୍‌ ୟୁନିଟ୍ ଅଫିସର ଅନୁପ କାନୁନଗୋ ଏହି ଏନକାଉଣ୍ଟର କରିଥିବା ବେଳେ ଅପରାଧୀ ଗୋଡ଼ରେ ଦୁଇଟି ଗୁଳି ବାଜିଛି । ଶେଖ ଜାମସେଦ ନିକଟରୁ ୨୦ଲକ୍ଷ ଟଙ୍କାର ବ୍ରାଉନସୁଗାର ସହ ଗୋଟିଏ ମାଉଜର ଜବତ କରାଯାଇଛି । 

ଏହି ନିଶା ମାଫିଆ ନାଁରେ ପୂର୍ବରୁ ଲାଲବାଗ୍ , ବାଲିଅନ୍ତା, ବଡ଼ଗଡ ଥାନାରେ ବିଭିନ୍ନ ମାମଲା ରହିଥିବା ବେଳେ କ୍ରାଇମବ୍ରାଞ୍ଚ ଏସଟିଏଫ ଦ୍ବାରା ଗିରଫ ମଧ୍ୟ ହୋଇଥିଲା । ବିଳମ୍ବିତ ରାତିରେ ପୋଖରୀପୁଟରୁ ଖଣ୍ଡଗିରିକୁ ଯାଉଥିବା ବେଳେ ପିଛା କରିଥିଲା ସ୍ପେଶାଲ କ୍ରାଇମ ୟୁନିଟ୍‌ । ନିଜକୁ ବଞ୍ଚାଇବାକୁ ଯାଇ ଶେଖ ଜାମସେଦ ପୋଲିସ ଉପରକୁ ଗୁଳି ଚଳାଇଥିଲା । ପୋଲିସର ପାଲଟା ଗୁଳି ମାଡରେ ଅଭିଯୁକ୍ତର ଗୋଡ଼ରେ ଦୁଇଟି ଗୁଳି ବାଜିଛି । ଆହତ ଅବସ୍ଥାରେ ଏମ୍ସରେ ଭର୍ତ୍ତି ହୋଇଛି ଅଭିଯୁକ୍ତ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe