ଛତିଶଗଡରେ ପୁଣି ଏନକାଉଣ୍ଟର ।  ୩ ମାଓବାଦୀ ସଫା ।

୩ ମାଓବାଦୀ ସଫା ।  ଏବେ ବି ଯବାନ ଏବଂ ମାଓବାଦୀଙ୍କ ମଧ୍ୟରେ ଚାଲିଛି ଗୁଳିବିନିମୟ । 

୩ ମାଓବାଦୀ ନିପାତ

Photograph: (kanaknews)

କନକ ବ୍ୟୁରୋ:  ଛତିଶଗଡରେ ପୁଣି ଏନକାଉଣ୍ଟର । ଏହି ଏନକାଉଣ୍ଟରରେ  ୩ ମାଓବାଦୀ  ସଫା ।  ସୁକୁମା ବିଜାପୁର ସୀମାରେ ଏହି ଗୁଳି ବିନିମୟ ଘଟିଛି । ସୁରକ୍ଷାବଳ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟରେ ୩ ମାଓବାଦୀଙ୍କ ନିପାତ ହୋଇଥିବା ସୂଚନା । ଡିଆରଜି , ଏସଟିଏଫ୍‌, କୋବ୍ରା ବାହିନୀର ମିଳିତ ଅପରେସନରେ ଏହି ସଫଳତା ମିଳିଛି । ଏବେବି ସୁରକ୍ଷାକର୍ମୀ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଚାଲିଥିବା ସୂଚନା ।    

କିଛିଦିନ ପୂର୍ବରୁ ଛାତି ଥରାଇଦେଇଥିଲା ଛତିଶଗଡ଼ ବିସ୍ଫୋରଣ । ମାଓ ଅପରେସନ ସାରି ବାଟରେ ଫେରୁଥିଲେ ଯବାନ । ଆଉ ଏତିକିବେଳେ ହଠାତ ପୂର୍ବରୁ ଖଞ୍ଜା ହୋଇଥିବା ଆଇଇଡି ବିସ୍ଫୋରଣ ଘଟିଥିଲା। ଆଉ ତା’ପରେ କେଉଁଠି ଗାଡ଼ିର କିଛି ଅଂଶ ଗଛରେ ଝୁଲୁଛି, ତ କେଉଁଠି ବିଶାଳ ଗର୍ତ୍ତ। ବିଜାପୁର ଜିଲ୍ଲାର କୁଟରୁ ଠାରେ ଘଟିଥିବା ଆଇଇଡି ବିସ୍ଫୋରଣ କେତେ ଭୟଙ୍କର ଥିଲା, ତାହା ଆପଣ ଅନୁମାନ କରିପାରୁଥିବେ। ବିସ୍ଫୋରଣରେ ୮ ଯବାନ ସହିଦ ହୋଇଛନ୍ତି। ଜଣେ ଡ୍ରାଇଭରଙ୍କ ଜୀବନ ଯାଇଛି। ବିସ୍ଫୋରଣ ପରେ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି।

ଦୁଇ ବର୍ଷରେ ବସ୍ତର ରେଞ୍ଜରେ ଏହା ସବୁଠାରୁ ବଡ଼ ହମଲା। ଏପ୍ରିଲ ୨୬, ୨୦୨୩ରେ ପଡ଼ୋଶୀ ଜିଲ୍ଲା ଦାନ୍ତେୱାଡାରେ ସୁରକ୍ଷାକର୍ମୀଙ୍କ ଗାଡ଼ି ଉପରକୁ ହୋଇଥିବା ନକ୍ସଲ ଆକ୍ରମଣରେ ୧୦ ପୁଲିସ କର୍ମୀ ଓ ଜଣେ ଡ୍ରାଇଭର ସହିଦ ହୋଇଥିଲେ। ପ୍ରାୟ ଦେଢ଼ ବର୍ଷ ପରେ ଆଉ ଏକ ଆକ୍ରମଣ ସୁରକ୍ଷାକୁ ନେଇ ବଡ଼ ପ୍ରଶ୍ନ ଛିଡ଼ା କରିଛି। ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe