କନକ ବ୍ୟୁରୋ : ୩୩ କେଭି ବିଦ୍ୟୁତ ଲାଗିଯିବାରୁ ଦନ୍ତାହାତୀର ମୃତ୍ୟୁ । ଆଠଗଡ଼ ରେଞ୍ଜ କୁଲାଇଲୋ ପଡ଼ିଆରେ ଦନ୍ତାହାତୀର ମୃତ୍ୟୁ ହୋଇଛି। କ୍ରସରକୁ ସଂଯୋଗ ହୋଇଥିବା ବିଦ୍ୟୁତ ତାରଟି ହାତୀର ଶୁଣ୍ଢରେ ଗୁଡାଇ ହୋଇଯାଇଛି। ୩୩କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ହାତୀଟି ମୃତ୍ୟୁ ବରଣ କରିଥିବା ବନ ବିଭାଗ ସୂଚନା ଦେଇଛି। ଘଟଣାସ୍ଥଳରେ ଆଠଗଡ଼ ବନ ବିଭାଗ ସହ ବିଦ୍ୟୁତ ବିଭାଗର ଅଧିକାରୀ ପହଞ୍ଚି ତଦନ୍ତ କରୁଛନ୍ତି । କ୍ରସରକୁ ଯାଇଥିବା ବିଦ୍ୟୁତ୍ ତାରକୁ ୧୨ ବର୍ଷ ତଳୁ କାଟି ଦିଆଯାଇଥିଲା।
କେବଳ ଖୁଣ୍ଟରୁ ତାର ଅଲଗା କରି ଚୁପବସିଥିଲା ବିଦ୍ୟୁତ୍ ବିଭାଗ । କିନ୍ତୁ ତାରକୁ ବିଛିନ୍ନ କରା ଯାଇନଥିଲା। ଯାହାକୁ ନେଇ ବନ ବିଭାଗର ବାରମ୍ବାର ଚେତାବନୀ ଦେଇଥିଲେ ମଧ୍ୟ ବିଦ୍ୟୁତ ବିଭାଗକୁ ଏହାକୁ ଗୁରୁତର ସହ ନନେବାରୁ ଆଜି ଏଭଳି ଅଘଟଣ ଘଟିଗଲା ବୋଲି କୁହାଯାଉଛି। ୩୩କେଭି ବିଦ୍ୟୁତ୍ ତାର ତଳେ ଯାଇଛି। ବୁଦୁବୁଦିଆ ଜଙ୍ଗଲରୁ ଲତା ଖାଇବାକୁ ଯାଇ ଦନ୍ତାର ଜୀବନ ଯାଇଛି । ହାତୀ ମୃତ୍ୟୁ ପରେ ପରସ୍ପର ମୁଣ୍ଡରୁ ଦୋଷ ଛଡ଼େଇବା ପାଇଁ ଉଦ୍ୟମ କରୁଛନ୍ତି ଉଭୟ ବିଭାଗ । ସେପଟେ ଦୁଇ ବିଭାଗକୁ ଦାୟୀ କରିବା ସହ ହାତୀର ମୃତ୍ୟୁ ଘଟଣାରେ ଉଚ୍ଚ ସ୍ତରିୟ ତଦନ୍ତ କରି ଦୋଷିକୁ ଦଣ୍ଡ ଦେବା ପାଇଁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/02/27/Rwgekc6U4guzrtViOmUq.jpg)