ଆଫଗାନିସ୍ତାନରେ ପୁଣି ଭୂକମ୍ପ ; ଏଯାଏଁ ଗଲାଣି ୨୨ଶହରୁ ଅଧିକ ଜୀବନ

ପୁଣି ଦୋହଲିଲା ଆଫଗାନିସ୍ତାନ… ଦକ୍ଷିଣ-ପୂର୍ବ ଅଞ୍ଚଳରେ ୬.୨ ତୀବ୍ରତାର ଭୂକମ୍ପ …  ଏଯାଏଁ ୨୨ଶହ ଲୋକଙ୍କ ମୃତ୍ୟୁ, ୪ହଜାରରୁ ଅଧିକ ଆହତ… ଖାଦ୍ୟ ଓ ଔଷଧ ପାଇଁ ବିକଳ ଲୋକେ …

10

କନକ ବ୍ୟୁରୋ: ଥରିଲା ଆଫଗାନିସ୍ତାନ  । ପୁଣି ହେଲା ଭୂମିକମ୍ପ । ଜର୍ମାନୀ ରିସର୍ଚ୍ଚ ସେଣ୍ଟର ଫର୍‌ ଜିୟୋସାଇନ୍ସ ମୁତାବକ, ଗୁରୁବାର ଦକ୍ଷିଣ-ପୂର୍ବ ଆଫଗାନିସ୍ତାନରେ ୬.୨ ତ୍ରୀବତାର ଭୂକମ୍ପ ଅନୁଭୂତ ହୋଇଛି । ଚଳିତ ସପ୍ତାହରେ ଆଫଗାନିସ୍ତାନରେ ଲଗାତାର ଭୂମିକମ୍ପ ହେଉଛି । ଏବେସୁଦ୍ଧା ଭୂମିକମ୍ପ ପାଇଁ ୨୨୦୦ ଲୋକ ପ୍ରାଣ ହରାଇଥିବା ବେଳେ ୩୬୦୦ ଲୋକ ଗୁରୁତର ଆହତ ହୋଇଛନ୍ତି । ଭାଙ୍ଗିଯାଇଛି ଘରଦ୍ବାର, ଧ୍ବଂସସ୍ତୁପରେ ପରିଣତ ହୋଇଛି ଅଧା ଆଫଗାନିସ୍ତାନ । ପୂର୍ବରୁ ଆସିଥିବା ଭୂମିକମ୍ପରେ କୁନାର ଓ ନାଙ୍ଗରହାର ପ୍ରାନ୍ତ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିଲା । ବାରମ୍ବାର ଭୂମିକମ୍ପ ହେବା ଦ୍ବାରା ହଜାର ହଜାର ଲୋକ ବାସହୀନ ହୋଇଥିବା ବେଳେ ଔଷଧର ଘୋର ସଙ୍କଟ ଦେଖାଦେଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe