କନକ ବ୍ୟୁରୋ: ଥରିଲା ଆଫଗାନିସ୍ତାନ । ପୁଣି ହେଲା ଭୂମିକମ୍ପ । ଜର୍ମାନୀ ରିସର୍ଚ୍ଚ ସେଣ୍ଟର ଫର୍ ଜିୟୋସାଇନ୍ସ ମୁତାବକ, ଗୁରୁବାର ଦକ୍ଷିଣ-ପୂର୍ବ ଆଫଗାନିସ୍ତାନରେ ୬.୨ ତ୍ରୀବତାର ଭୂକମ୍ପ ଅନୁଭୂତ ହୋଇଛି । ଚଳିତ ସପ୍ତାହରେ ଆଫଗାନିସ୍ତାନରେ ଲଗାତାର ଭୂମିକମ୍ପ ହେଉଛି । ଏବେସୁଦ୍ଧା ଭୂମିକମ୍ପ ପାଇଁ ୨୨୦୦ ଲୋକ ପ୍ରାଣ ହରାଇଥିବା ବେଳେ ୩୬୦୦ ଲୋକ ଗୁରୁତର ଆହତ ହୋଇଛନ୍ତି । ଭାଙ୍ଗିଯାଇଛି ଘରଦ୍ବାର, ଧ୍ବଂସସ୍ତୁପରେ ପରିଣତ ହୋଇଛି ଅଧା ଆଫଗାନିସ୍ତାନ । ପୂର୍ବରୁ ଆସିଥିବା ଭୂମିକମ୍ପରେ କୁନାର ଓ ନାଙ୍ଗରହାର ପ୍ରାନ୍ତ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିଲା । ବାରମ୍ବାର ଭୂମିକମ୍ପ ହେବା ଦ୍ବାରା ହଜାର ହଜାର ଲୋକ ବାସହୀନ ହୋଇଥିବା ବେଳେ ଔଷଧର ଘୋର ସଙ୍କଟ ଦେଖାଦେଇଛି ।
ଆଫଗାନିସ୍ତାନରେ ପୁଣି ଭୂକମ୍ପ ; ଏଯାଏଁ ଗଲାଣି ୨୨ଶହରୁ ଅଧିକ ଜୀବନ
ପୁଣି ଦୋହଲିଲା ଆଫଗାନିସ୍ତାନ… ଦକ୍ଷିଣ-ପୂର୍ବ ଅଞ୍ଚଳରେ ୬.୨ ତୀବ୍ରତାର ଭୂକମ୍ପ … ଏଯାଏଁ ୨୨ଶହ ଲୋକଙ୍କ ମୃତ୍ୟୁ, ୪ହଜାରରୁ ଅଧିକ ଆହତ… ଖାଦ୍ୟ ଓ ଔଷଧ ପାଇଁ ବିକଳ ଲୋକେ …
/kanak/media/media_files/2025/09/05/10-2025-09-05-08-20-52.jpg)