କନକ ବ୍ୟୁରୋ : ଧ୍ୱଂସର ସ୍ତୁପ ପାଲଟିଥିବା ମିଆଁମାରର ପିଛା ଛାଡୁନି ଭୂମିକମ୍ପ । ଗତକାଲି ଭୂମିକମ୍ପରେ ମିଆଁମାର ଧ୍ୱଂସ ହୋଇଯାଇଥିବା ବେଳେ ପୁଣି ଆଜି ବି ଭୂମିକମ୍ପ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୧ ବୋଲି କୁହାଯାଉଛି । ଏହି ଭୂମିକମ୍ପ ଉତ୍ପତି ସ୍ଥଳି ମିଆଁମାରର ରାଜଧାନୀ ନେପିଣ୍ଡା ନିକଟ ବୋଲି ସୂଚନା ମିଳିଛି ।
ଗତକାଲି ବି ମିଆଁମାରରେ ଦୁଇଥର ଭୂକମ୍ପ ଝଟକା ଦେଇଥିଲା । ଏଥିରେ ବଡ଼ବଡ଼ କୋଠା ସହ ରାସ୍ତାଘାଟ ଭୂଶୁଡି ପଡିଥିଲା । ଲଗାତର ଭୂକମ୍ପ ହେଉଥିବାରୁ ଲୋକମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି ।
ଶୁକ୍ରବାର ଦିନ ମିଆଁମାରରେ ୭.୭ ତୀବ୍ରତା ଭୂକମ୍ପ ହୋଇଥିଲା । ରାଷ୍ଟ୍ରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ମୁତାବକ ଶୁକ୍ରବାର ରାତି ୧୧.୫୬ ମିନିଟ ସମୟରେ ପୁଣି ଏକ ଭୂକମ୍ପ ହୋଇଥିଲା, ଯାହାର ତୀବ୍ରତା ଥିଲା ୪.୨ ।
କେବଳ ମିଆଁମାର ନୁହେଁ ଶନିବାର ସକାଳ ୫.୧୬ ମିନିଟରେ ଆଫଗାନିସ୍ତାନରେ ବି ଭୂକମ୍ପର ପ୍ରଭାବ ଅନୁଭୂତ ହୋଇଛି । ହେଲେ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/03/29/AH8oG9G3sEt4DXytsXGH.jpg)