କନକ ବ୍ୟୁରୋ : ନୋ ଫ୍ଲାଇଙ୍ଗ୍ ଜୋନ୍‌ରେ ପଇଁତରା ମାରିଲା ଡ୍ରୋନ୍ । ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍ । ମାର୍କେଟ ଛକରୁ  ଶ୍ରୀମନ୍ଦିର ନିକଟ, ପୁଣି ଶ୍ରୀମନ୍ଦିର ନିକଟରୁ ଡ୍ରୋନଟି ଦୋଳମଣ୍ଡପ ସାହି ପର୍ଯ୍ୟନ୍ତ ମାରିଛି ପଇଁତରା । ମାର୍କେଟ ଛକଠାରୁ ଡ୍ରୋନ୍‌ଟି ଅପରେଟ କରାଯାଇଥିବା ଅନୁମାନ କରାଯାଉଛି । ପୁରୀ ପୁଲିସ ଏହାର ତଦନ୍ତ କରିବାକୁ ଦାବି ଉଠିଛି । ବାରମ୍ୱାର ପୁରୀ ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡୁଥିବାରୁ  ମନ୍ଦିର ସୁରକ୍ଷା ପ୍ରତି ବିପଦ ଦେଖାଦେଇଛି । ତେବେ ଏହା ପ୍ରଥମଥର କରି ନୁହେଁ ଏହା ପୂର୍ବରୁ ମଧ୍ୟ ଶ୍ରୀମନ୍ଦିର ପାଖରେ ଡ୍ରୋନ୍ ଉଡ଼ାଯାଇଛି ଏବଂ କ୍ୟାମେରା ଚଷମା ଲଗାଇ ଭିତରକୁ ମଧ୍ୟ ପ୍ରବେଶ କରିଛନ୍ତି ଯୁବକ । ତେବେ ବାରମ୍ବାର ଏଭଳି କାହିଁକି ଘଟୁଛି ଏହାକୁ ନେଇ ତଦନ୍ତ କରିବାକୁ ଦାବି କରିଛନ୍ତି ପୁରୀବାସୀ ।