କନକ ବ୍ୟୁରୋ: ପାର୍କିଂକୁ ନେଇ କଥା କଟାକଟି ଓ ପରେ ତଣ୍ଟି କାଟିଲେ। କଟକ ଲିଙ୍କ୍ ରୋଡରୁ ଆସିଛି ଏଭଳି ଅଭାବନୀୟ ଖବର। ସୂଚନା ଅନୁସାରେ, ଅଟୋ ପାର୍କିଂକୁ ନେଇ ପ୍ରଥମେ ପାଟିତୁଣ୍ଡ ହୋଇଥିଲା। ପରବର୍ତ୍ତୀ ସମୟରେ ଏହି ଝଗଡ଼ା ଅଧିକ ହୋଇଥିଲା। ଯେଉଁଥିରେ ଜଣେ ଯୁବକ, ଅଟୋ ଡ୍ରାଇଭରଙ୍କ ତଣ୍ଟି କାଟି ଦେଇଥିବା ଜଣାପଡ଼ିଛି। ଗୁରୁତର ଅବସ୍ଥାରେ ଅଟୋ ଚାଳକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେପଟେ ଖବର ପାଇ ମଧୁପାଟଣା ଥାନା ଘଟଣାସ୍ଥଳରେ ପହଞ୍ଚି ତନାଘନା କରୁଛି।
ଅଟୋ ପାର୍କିଂକୁ ନେଇ ଡ୍ରାଇଭର-ଡ୍ରାଇଭର ମୁହାଁମୁହିଁ: କଟକ ଲିଙ୍କରୋଡରେ ଅଟୋ ଡ୍ରାଇଭରଙ୍କ ବେକ କାଟିଲେ ଆଉ ଜଣେ ଡ୍ରାଇଭର
Advertisment
Follow Us