ମାଓମୁକ୍ତ ହେଲା ଓଡ଼ିଶାର ଆଉ ଏକ ଜିଲ୍ଲା ରାୟଗଡ଼ା : ହିଂସା ଛାଡ଼ି ସମାଜର ମୁଖ୍ୟସ୍ରୋତରେ ହେଲେ ସାମିଲ

Advertisment

ମାଓମୁକ୍ତ ହେଲା ରାୟଗଡ଼ା ଜିଲ୍ଲା , କୁଖ୍ୟାତ ମାଓ ଦମ୍ପତ୍ତି ନିଖିଳ ଓ ଇନ୍ଦୁଙ୍କ ସହ ୧୫ ମାଓବାଦୀଙ୍କ ଆତ୍ମସମର୍ପଣ ପରେ ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି ଏଡିଜି ସଂଜୀବ କୁମାର ପଣ୍ଡା

ମାଓମୁକ୍ତ ହେଲା ରାୟଗଡ଼ା ଜିଲ୍ଲା , କୁଖ୍ୟାତ ମାଓ ଦମ୍ପତ୍ତି ନିଖିଳ ଓ ଇନ୍ଦୁଙ୍କ ସହ ୧୫ ମାଓବାଦୀଙ୍କ ଆତ୍ମସମର୍ପଣ ପରେ ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି ଏଡିଜି ସଂଜୀବ କୁମାର ପଣ୍ଡା

MAOBADI

Photograph: (KANAKNEWS)

କନକବ୍ୟୁରୋ :  ମାଓମୁକ୍ତ ହେଲା ରାୟଗଡ଼ା ଜିଲ୍ଲା , କୁଖ୍ୟାତ ମାଓ ଦମ୍ପତ୍ତି ନିଖିଳ ଓ ଇନ୍ଦୁଙ୍କ ସହ ୧୫ ମାଓବାଦୀଙ୍କ ଆତ୍ମସମର୍ପଣ ପରେ ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି ଏଡିଜି ସଂଜୀବ କୁମାର ପଣ୍ଡା । ବାସଧାରା ଘୁମୁସର ନାଗାବଳି ଡିଭିଜନ ର ଦୁଇ କୁଖ୍ୟାତ ମାଓବାଦୀ ନିଖିଲ ଓ ଇନ୍ଦୁଙ୍କ ସହ ୧୩ ମାଓବାଦୀ ହେଲେ ବିକାଶ, ସୁନ୍ଦର, ପ୍ରଦୀପ, ରୋସନି, ଅରୁଣା, ନନ୍ଦେ, ନିକିତା, କୁମାରୀ, ଦୀପକ, ରାକେଶ, ଲଲିତ୍, ରାଜେ ଏବଂ ମାଳତି ଆତ୍ମସମର୍ପଣ କରିଛନ୍ତି ।  ଏନେଇ ଏଡିଜି ସଂଜୀବ କୁମାର ପଣ୍ଡା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।  ମାଓ ଦମ୍ପତି ନିଖିଲ ଓ ଇନ୍ଦୁଙ୍କ ମୁଣ୍ଡରେ ଏକ କୋଟି ଦଶ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା ।  ଆତ୍ମସମର୍ପଣ କରିଥିବା ମାଓବାଦୀ ମାନେ ହିଂସା ଛାଡି ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇଥିବା କହିଛନ୍ତି ।

ଅଧିକ ପଢନ୍ତୁ...ଭୁବନେଶ୍ୱର, କଟକ, ପୁରୀ ଓ ପାରାଦ୍ୱୀପ ହେବ ଅର୍ଥନୈତିକ କରିଡର : ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଆତ୍ମସମର୍ପଣ କରିଥିବା ମାଓବାଦୀମାନେ ନିୟମଗିରି ପାଦଦେଶରେ ରହି ବାଘୁନା ଡିଭିଜନକୁ ପରିଚାଳନା କରୁଥିଲେ । ତେବେ ଆଗକୁ ଜଳ, ଜମି ଓ ଜଙ୍ଗଲ ସୁରକ୍ଷା ପାଇଁ କାମ କରିବେ ବୋଲି କହିଛନ୍ତି। ମାଓବାଦୀ ମାନେ ହିଂସାକାଣ୍ଡ ରେ ବ୍ୟବହାର କରୁଥିବି ୨ଟି ଏକେ-୪୭, ୫ଟି ଏସଏଲଆର୍, ଗୋଟିଏ ଷ୍ଟେନ୍‌ଗନ୍, ଇନ୍‌ସାସ୍- ୧, ରାଇଫଲ-୧ ସହ ଅଫୁଟା ଗୁଳି ପୁଲିସକୁ ହସ୍ତାନ୍ତର କରିଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସିଆରପିଏଫ ଆଇଜି ଅମିତେନ୍ଦ୍ରନାଥ ସିଂହା , ଦକ୍ଷିଣ ପଶ୍ଚିମ ଡିଆଇଜି କନଭର ବିଶାଳ ସିଂ, ରାୟଗଡା ଏସପି ସ୍ଵାତି ଏସ କୁମାର, କଳାହାଣ୍ଡି ଏସପି ଦେବରାଜ ନାଗାର କୋଣ୍ଡା, କନ୍ଧମାଳ ଏସପି ହରିଶ୍ ବିସି, ରାୟଗଡା ଆଶୁତୋଷ କୁଲକର୍ଣ୍ଣି ସମେତ ବହୁ ବରିଷ୍ଠ ପୁଲିସ ଅଧିକାରୀ ଉପସ୍ଥିତ ଥିଲେ ।


--- 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe