କନକ ବ୍ୟୁରୋ : ନିକଟରେ ପ୍ରସିଦ୍ଧ କଥାବାଚକ ଅନିରୁଦ୍ଧାଚାର୍ଯ୍ୟ ମହିଳାଙ୍କ ଉପରେ ଦେଇଥିବା ଏକ ବୟାନକୁ ନେଇ ବିବାଦରେ ଛନ୍ଦି ହୋଇପଡ଼ିଥିଲେ , ଯାହାକି ଗଣମାଧ୍ୟମରେ ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଥିଲା । ବିବାଦଟି ଜଣେ ୨୫ ବର୍ଷୀୟା ଯୁବତୀଙ୍କୁ କେନ୍ଦ୍ର କରି ତାଙ୍କର ଏକ ଟିପ୍ପଣୀରୁ ସୃଷ୍ଟି ହୋଇଥିଲା, ଯାହା ପରେ କଥାବାଚକଙ୍କୁ କ୍ଷମା ମାଗିବାକୁ ମଧ୍ୟ ପଡିଥିଲା ।

Advertisment
anirudhacharya
anirudhacharya Photograph: (google)

ଏକ ପ୍ରବଚନ ସମୟରେ ଅନିରୁଦ୍ଧାଚାର୍ଯ୍ୟ ମହିଳାମାନଙ୍କ ବିବାହ ସମ୍ପର୍କରେ କିଛି ମନ୍ତବ୍ୟ ଦେଇଥିଲେ । ରାଜା ରଘୁବଂଶୀଙ୍କ ହତ୍ୟା ମାମଲାର ଉଦାହରଣ ଦେଇ ସେ କହିଥିଲେ ଯେ ଆଜିକାଲିର କିଛି ଝିଅ ବିବାହ ପୂର୍ବରୁ ଅନ୍ୟ ସହ ସମ୍ପର୍କରେ ରହୁଛନ୍ତି । ସେ କହିଥିଲେ, " ୨୫ ବର୍ଷୀୟା ଯୁବତୀ ମାନେ ବିବାହ ପୂର୍ବରୁ ୪/୫ ଥର କୁମାରୀତ୍ୱ ହରାଉଛନ୍ତି । ସୋନମ ରଘୁବଂଶୀ ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିଥିଲେ କାରଣ ତାଙ୍କର ଅନ୍ୟ କାହା ସହିତ ସମ୍ପର୍କ ଥିଲା ।’’ ଏମିତି ଟିପ୍ପଣୀ କରି ହରଡ଼ଘଣାରେ ପଡ଼ିଥିଲେ କଥାବାଚକ ଅନିରୁଦ୍ଧାଚାର୍ଯ୍ୟ । ତାଙ୍କର ଏହି ବୟାନ ମହିଳାଙ୍କୁ ଅପମାନିତ କରୁଥିବା ଅଭିଯୋଗ ହୋଇଥିଲା ଏବଂ ଏହାକୁ ନେଇ ସାମାଜିକ ଗଣମାଧ୍ୟମରେ ମଧ୍ୟ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ବିବାଦ ବଢ଼ିବାରୁ ତାଙ୍କ ବିରୋଧରେ ମାମଲା ମଧ୍ୟ ରୁଜୁ କରାଯାଇଥିଲା । ତେବେ ଏନେଇ ପର ମୂହୁର୍ତ୍ତରେ କଥାବାଚକ କ୍ଷମା ମଧ୍ୟ ମାଗିଥିଲେ । 

premanand maharaj
premanand maharaj Photograph: (google)

ବର୍ତ୍ତମାନ ପୁଣି ଜଣେ ସାଧୁ ଏଭଳି ଟିପ୍ପଣୀ କରିବାକୁ ନେଇ ବିବାଦ ଘେରକୁ ଆସିଛନ୍ତି । ମହିଳାଙ୍କ ଉପରେ ଟିପ୍ପଣୀ କରିବାକୁ ନେଇ ସୋସିଆଲ୍ ମିଡିଆରେ ଚର୍ଚ୍ଚାରେ ରହିଥିବା ସାଧୁ ପ୍ରେମାନନ୍ଦ ମହାରାଜ ଏବେ ବିବାଦରେ ରହିଛନ୍ତି । ଶ୍ରୀକୃଷ୍ଣ ଜନ୍ମଭୂମି ସଂଘର୍ଷ ନ୍ୟାଶ ପକ୍ଷରୁ ଆନ୍ଦୋଳନର ବିଗୁଲ୍ ବାଜିଛି । ମଙ୍ଗଳବାର ନ୍ୟାଶର ଅଧ୍ୟକ୍ଷ ଦିନେଶ ଶର୍ମା ପ୍ରେମାନନ୍ଦ ମହାରାଜଙ୍କ ଏହି ଟିପ୍ପଣୀକୁ ଆପତ୍ତିଜନକ ବୋଲି କହିଥିଲେ । ସେ କହିଛନ୍ତି ଯେ ସାଧୁ କିଛି ଯୁବତୀ ଶୁଦ୍ଧ ନଥିବା କଥା କହିଛନ୍ତି ଯାହା ଯୁବବର୍ଗଙ୍କ ମଧ୍ୟରେ ଭୁଲ୍ ସନ୍ଦେଶ ପହଞ୍ଚାଉଛି,ଯେଉଁଥିପାଇଁ ଯୁବଗୋଷ୍ଠୀ ବିବାହ କରିବାକୁ ମଧ୍ୟ ଇଚ୍ଛା ପ୍ରକଟ କରିବେ ନାହିଁ । ପ୍ରଦେଶ ଅଧ୍ୟକ୍ଷ ଗୁଞ୍ଜନ ଶର୍ମାଙ୍କ କହିବାନୁସାରେ ରାଧା ରାଣୀଙ୍କ ପୂଜା କରୁଥିବା ଜଣେ ମହାତ୍ମାଙ୍କ ମୁଖରୁ ମହିଳାଙ୍କ ପ୍ରତି ଏଭଳି ଟିପ୍ପଣୀ କରିବା ଶୋଭନୀୟ ନୁହେଁ । ମୋହମାୟାର ଚକ୍ରବ୍ୟୁହରେ ଫଶି ଏଭଳି ବୟାନ ଦେବା ଆଦୌ ଗ୍ରହଣୀୟ ନୁହେଁ । ସନ୍ଥ କୃଷ୍ଣ ମୁରାରୀ,ମହାମଣ୍ଡଳେଶ୍ବର ରାଧା ନନ୍ଦ ଗିରି ପ୍ରେମାନନ୍ଦ ମହାରାଜଙ୍କ ଏଭଳି ଟିପ୍ପଣୀକୁ କଡ଼ା ନିନ୍ଦା କରିଛନ୍ତି । ଯଦି ସାଧୁ ଏନେଇ କ୍ଷମାପ୍ରାର୍ଥନା ନ କରନ୍ତି ତେବେ ଆନ୍ଦୋଳନ ଜୋରଦାର୍ କରାଯିବ ବୋଲି ଚେତାବନୀ ଦେଇଛନ୍ତି ନ୍ୟାଶ ସଦସ୍ୟ ।