କନକ ବ୍ୟୁରୋ : ପୁଣି ନିଶା ନିବାରଣ କେନ୍ଦ୍ର ବିରୋଧରେ ଅଭିଯୋଗ । ଭୁବନେଶ୍ବର ଉପକଣ୍ଠ ଉତ୍ତରା ନିକଟରେ ଥିବା ଏକ ଘରୋଇ ନିଶା ନିବାରଣ କେନ୍ଦ୍ରରେ ଜଣେ ଯୁବକଙ୍କୁ ପିଟି ପିଟି ମାରି ଦିଆ ଯାଇଥିବା ଅଭିଯୋଗ । ମୃତ ଯୁବକ ହେଲେ ୨୫ ବର୍ଷୀୟ ଶୁଭାଶିଷ ନାୟକ ।
ଶୁଭାଶିଷଙ୍କ ବାପା ନବକୃଷ୍ଣ ନାୟକ ଏନେଇ ପିପିଲି ଥାନାରେ ଅଭିଯୋଗ କରିଛନ୍ତି। ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଶବ ବ୍ୟବଚ୍ଛେଦ ପାଇଁ ରଖାଯାଇଛି । ଘଟଣା ସାମ୍ନାକୁ ଆସିବା ପରେ ପିପିଲି ପୋଲିସ ତଦନ୍ତ ଆରମ୍ଭ କରିଛି । ମୃତ ଯୁବକଙ୍କ ଘର ଭୁବନେଶ୍ୱରରେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/03/06/xnTBbPrrdZFgXX8M8oqT.jpg)