ବୋରୱେଲ ଭିତରେ ୫ ବର୍ଷର ଶିଶୁ ଆର୍ୟନ୍;  ୪୪ ଘଣ୍ଟା ଧରି ଜୀବନ ମୃତ୍ୟୁ ସହ କରୁଛି ସଂଘର୍ଷ

୪୪ଘଣ୍ଟା ଧରି ଜୀବନ-ମରଣ ସଂଘର୍ଷ କରୁଛି ୫ବର୍ଷର ଶିଶୁ । ବୋରୱେଲ ଭିତରୁ ଉଦ୍ଧାର ପାଇଁ ଚାଲିଛି କସରତ । ଖେଳୁଥିବା ସମୟରେ ୧୪୭ଫୁଟ ଗଭୀର ଗାତରେ ଖସିପଡିଛି ଆର୍ୟନ୍    

47ୁପ

କନକ ବ୍ୟୁରୋ: ରାଜସ୍ଥାନରୁ ପୁଣି ଆସିଛି ଏକ ବୋରଓ୍ବେଲ ଦୁର୍ଘଟଣା । ୧୪୭ ଫୁଟ୍ ଗଭୀର ବୋରଓ୍ବେଲରେ ଫସିଛି ୫ ବର୍ଷର ଶିଶୁ । ସୋମବାର ଅପରାହ୍ନରୁ ଫସି ରହିଥିବା ଶିଶୁକୁ ଉଦ୍ଧାର ପାଇଁ ଜାରି ରହିଛି ଅପରେସନ । ଜେସିବି ସାଙ୍ଗକୁ ମେସିନ ଲଗାଇ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି ଉଦ୍ଧାର କାର୍ୟ୍ୟ । ହେଲେ ବୋରଓ୍ବେଲରେ ଏବେ ଜଳସ୍ତର ବଢ଼ି ଯାଇଛି । ଯାହାଦ୍ବାରା ଶିଶୁକୁ ଉଦ୍ଧାର କିପରି କରାଯିବ ତାକୁ ନେଇ ଚିନ୍ତାରେ ଉଦ୍ଧାରକାରୀ ଦଳ। 

ଏନଡିଆରଏଫ ପକ୍ଷରୁ ଉଦ୍ଧାର କାର୍ୟ୍ୟ ଜାରି ରହିଥିବାବେଳେ ମଙ୍ଗଳବାର ମନ୍ତ୍ରୀ କିରୋରିଲାଲ ମିନା ଯାଇ ଘଟଣାସ୍ଥଳରେ ପହଞ୍ଚିଥିଲେ । ମଙ୍ଗଳବାର ରାତି ସୁଦ୍ଧା ୬ଟି ପ୍ରୟାସ କରାଯାଇଛି । କିନ୍ତୁ ଏଯାବତ ସଫଳ ହୋଇନାହିଁ । ସେପଟେ ରାତି ୩ଟାରେ ପାଇଲିଂ ମେସିନରେ ଖୋଳାଖୋଳି ଆରମ୍ଭ ହୋଇଛି । ବୋରଓ୍ବେଲ ନିକଟରେ ପହଞ୍ଚିଥିବାବେଳେ ଏବେ କିଭଳି ଭାବେ ଉଦ୍ଧାର କରାଯିବ ? ତାହାକୁ ନେଇ ଚିନ୍ତା ବଢ଼ିଛି । ତଥାପି ଉଦ୍ଧାର କାର୍ୟ୍ୟ ଜୋରଦାର ଚାଲିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe