Photograph: (kanaknews)
କନକବ୍ୟୁରୋ : ଭାରତୀୟ ଅଫ୍ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ବା ଆଇପିଏଲ୍ ରୁ ଅବସର ନେଇଛନ୍ତି। ତେବେ ଅଶ୍ବିନ ବିଶ୍ୱର ବିଭିନ୍ନ ଟି-୨୦ ଲିଗ୍ରେ ଖେଳିବା ଜାରି ରଖିବେ ବୋଲି ଘୋଷଣା କରିଛନ୍ତି । ୩୮ ବର୍ଷୀୟ ଅଶ୍ୱିନ୍ ଆଇପିଏଲ୍ରେ ଚେନ୍ନାଇ ସୁପର କିଙ୍ଗ୍ସ, ଦିଲ୍ଲୀ କ୍ୟାପିଟାଲ୍ସ ଓ ରାଜସ୍ଥାନ ରୟାଲ୍ସ ପରି ଦଳ ପାଇଁ ଖେଳିଛନ୍ତି । ୨୦୮ଟି ଆଇପିଏଲ୍ ମ୍ୟାଚ୍ରେ ୧୮୦ ୱିକେଟ୍ ନେଇଛନ୍ତି। ଅଶ୍ୱିନ କହିଛନ୍ତି, "ଆଇପିଏଲ୍ ମୋ ପାଇଁ ଅସାଧାରଣ ଯାତ୍ରା ଥିଲା, କିନ୍ତୁ ଏବେ ମୁଁ ନୂଆ ଚ୍ୟାଲେଞ୍ଜ ପାଇଁ ପ୍ରସ୍ତୁତ ।
--
Follow Us