କନକ ବ୍ୟୁରୋ: ସୁଭଦ୍ରା ଯୋଜନାକୁ ନେଇ ପୁଣି ବଡ ଘୋଷଣା । ପରିବାରର ପ୍ରତ୍ୟେକ ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା । ଏନେଇ ଘୋଷଣା କରିଛନ୍ତି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଘୋଷଣା ମୁତାବକ, ପରିବାରରେ ଏକାଧିକ ମହିଳା ଥିଲେ ବି, ସେମାନଙ୍କୁ ମିଳିବ ସୁଭଦ୍ରା ଟଙ୍କା । ଖାଲି ସେତିକି ନୁହେଁ, ବିଧବା ଭତ୍ତା, ଛାତ୍ରବୃତ୍ତି ପାଉଥିବା କଲେଜ୍ ଛାତ୍ରୀଙ୍କୁ ମଧ୍ୟ ସୁଭଦ୍ରା ଟଙ୍କା ଦିଆଯିବ ବୋଲି ଉପ-ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।